ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ରେ ଅନ୍ତର୍ଜତୀୟ ଯୋଗ ଦିବସ ପାଳିତ

0
106
ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୧/୦୬) : ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ରେ ଅନ୍ତର୍ଜତୀୟ ଯୋଗ ଦିବସ ପାଳିତ । ଯୋଗ ଦ୍ଵାରା ମଣିଷ କେବଳ ଶାରୀରିକ ଭାବେ ନୁହେଁ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିପାରେ ବୋଲି ବିଶେଷଜ୍ଞଙ୍କ ମତ ।

ଯୋଗର ଉପକାରିତା ଏବଂ ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି । ଏହି ପରିପରେକ୍ଷୀରେ ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଅନ୍ତର୍ଜତୀୟ ଯୋଗ ଦିବସ ପାଳିତ ହୋଯାଇଛି । ଏହି କାର୍ଯ୍ୟକ୍ରମରେ ପତଞ୍ଜଳି ଯୋଗ ସଂସ୍ଥାର ଅନୁଦେଷ୍ଟା କିଶୋର ଚନ୍ଦ୍ର ଦୋରା ଯୋଗୋଦେଇ ଯୋଗର ଉପକାରିତା ସମ୍ପରରେ ଆଲୋକପାତ କରିବା ସହ ବିଭିନ୍ନ ଯୋଗାସନ ଅଭ୍ୟାସ ପୂର୍ବକ ଉପସ୍ଥିତ ଛତ୍ରଛାତ୍ରୀଙ୍କ ପାଇଁ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ର ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେହିପରି ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ର ଓ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ରାଜେଶ କୁମାର ପାଢ଼ୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିଦିନ ଯୋଗ କରି ନିଜ ସ୍ବାସ୍ଥ୍ୟ କୁ ସୁସ୍ଥ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉଚ୍ଛାହିତ କରିଥିଲେ ।