ଜୟ ଜଗନ୍ନାଥ ଓଡ଼ିଆ ସମାଜ କିନ୍ସାସା ତରଫରୁ ରଥଯାତ୍ରା ସମ୍ପନ୍ନ

0
286
ଜୟ ଜଗନ୍ନାଥ

ରିପୋର୍ଟ : ସୌମ୍ୟରଂଜନ //
କିନ୍ସାସା, (୨୨/୦୬) : ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଜୟ ଜଗନ୍ନାଥ ଓଡ଼ିଆ ସମାଜ କିନ୍ସାସା ତରଫରୁ କିନ୍ସାସା ସ୍ଥିତ ହିନ୍ଦୁ ମନ୍ଦିର ରେ ଗତ ୨୦/୬/୨୦୨୩ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ଖୁବ୍ ଜାକଯମକ ରେ ପାଳିତ ହୋଇଯାଇଛି ।WhatsApp Image 2023 06 23 at 11.25.58 ଜୟ ଜଗନ୍ନାଥ ଓଡ଼ିଆ ସମାଜ କିନ୍ସାସା ତରଫରୁ ରଥଯାତ୍ରା ସମ୍ପନ୍ନ

ଘଣ୍ଟ, ମୃଦଙ୍ଗ ଓ ଶଙ୍ଖ ଧ୍ବନିରେ ସମ୍ପୂର୍ଣ୍ଣ ପରିବେଶ ଜଗନ୍ନାଥ ମୟ ହୋଇ ଯାଇଥିଲା । ସତେ ଯେମିତି ଭକ୍ତ ଓ ଭଗବାନ ମର୍ତ୍ତ୍ୟ ମଣ୍ଡଳେ ଏକାକାର ହୋଇଯାଇଛନ୍ତି । ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ପହଣ୍ଡି ବିଜେ କରି ରଥ ରେ ଅବସ୍ଥାପିତ କରାଗଲା । ମହିଳା ସଭ୍ୟା ଙ୍କ ଦ୍ଵାରା ମା ସୁଭଦ୍ରାଙ୍କୁ ନେଇ ରଥ ଉପରେ ଅବସ୍ଥାପନା କରିବା ଯାତ୍ରା ର ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟି ଥିଲା । କଙ୍ଗୋ ରେ ଅବସ୍ଥାପିତ ଭାରତ ର ରାଷ୍ଟ୍ରଦୁତ ଶ୍ରୀଯୁକ୍ତ ଦେବାଶିଷ ଦାସ ମହୋଦୟ ରଥ ରେ ଛେରା ପହଁରା କରିଥିଲେ । ଡାହୁକ ଡାକ, ହରିବୋଲ ହୁଳହୁଳି ମଧ୍ୟରେ ରଥ ଭିଡା ଆରମ୍ଭ ହୋଇଥିଲା । ଜୟ ଜଗନ୍ନାଥ ଓଡ଼ିଆ ସମାଜ ର ସମସ୍ତ ସଭ୍ୟ ଓ ସଭ୍ୟା ମାନଙ୍କର ଅକ୍ଳାନ୍ତ ପରିଶ୍ରମ ମହାପ୍ରଭୁ ଙ୍କ ରଥଯାତ୍ରା କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବାରେ ସହାୟତା ହୋଇଥିଲା ।