ବର୍ଷା ପାଇଁ ଗ୍ରାମବାସୀ ଙ୍କ ଦ୍ୱାରା ଅନାବୃଷ୍ଟି ଯଜ୍ଞ ଓ ଇନ୍ଦ୍ର ଦେବଙ୍କ ପୂଜା ଅନୁଷ୍ଠିତ

0
331

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୮/୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବୀରନରସିଂପୁର୍ ଗ୍ରାମ ପଞ୍ଚାୟତ ର ବୀର ରାମଚନ୍ଦ୍ର ପୁର୍ ଗ୍ରାମ ରେ ଆଜି ବର୍ଷା ପାଇଁ ଗ୍ରାମବାସୀ ଙ୍କ ଦ୍ୱାରା ଅନାବୃଷ୍ଟି ଯଜ୍ଞ ଓ ଇନ୍ଦ୍ର ପୂଜା ଅନୁଷ୍ଠିତ ହୋଇ ଯାଇଛି l

ଚଳିତ ବର୍ଷ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା ଯୋଗୁଁ ଧାନ ଚାଷ ବାଧାପ୍ରାପ୍ତ ହୋଇଛି ଓ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି | ସେଥିପାଇଁ ଆଜି ଭଲ ବର୍ଷା ହେବା ପାଇଁ ବୀରନରସିଂପୁର୍ ଗ୍ରାମ ପଞ୍ଚାୟତ ର ବୀର ରାମଚନ୍ଦ୍ର ପୁର୍ ଗ୍ରାମବାସୀ ଙ୍କ ଦ୍ୱାରା ମିଳିତ ଭାବେ ଅନାବୃଷ୍ଟି ଯଜ୍ଞ ଓ ଇନ୍ଦ୍ର ଦେବଙ୍କ ପୂଜା ର ଆୟୋଜନ ହୋଇ ଯାଇଛି | ଅନାବୃଷ୍ଟି ଯଜ୍ଞ ଓ ଇନ୍ଦ୍ର ଦେବଙ୍କ ପୂଜା କାର୍ଯ୍ୟ ରେ କର୍ତ୍ତା ଭାବରେ ବୁଦ୍ଧି ସାଗର ମିଶ୍ର ପୂଜାରେ ବସିଥିଲେ ଓ ଚିତ୍ତ ରଞ୍ଜନ ମିଶ୍ର ପୁରୋହିତ ଭୂମିକା ନିର୍ବାହ କରିଥିଲେ |