ଭୋଜି ଖାଇବାକୁ ନେଇ ବାହାଘର ସ୍ଥାନ ପାଲଟିଲା ରଣକ୍ଷେତ୍ର

0
88
ଭୋଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୨୫/୦୬) : ଭୋଜି ଖାଇବାକୁ ନେଇ ବାହାଘର ସ୍ଥାନ ପାଲଟିଲା ରଣକ୍ଷେତ୍ର । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ଗତକାଲି ପ୍ରତାପ ପ୍ରସାଦ ଗାଁ ନିକଟରେ ଥିବା ଭୈରବୀ ମନ୍ଦିରରେ ତିନୋଟି ଭିନ୍ନ ଭିନ୍ନ ଅଞ୍ଚଳରୁ ଆସି ସେଠାରେ ବାହାଘର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ବାହାଘର ଚାଲିଥିବା ସମୟରେ କିଛି ବରଯାତ୍ରୀ ଅନ୍ୟ ଏକ ବାହାଘରର ଭୋଜି ଖାଉଥିଲେ । ଏକଥା ଜାଣିପାରି ଝିଅଘର ଲୋକମାନେ ସେମାନଙ୍କୁ ବିରୋଧ କରିଥିଲେ । ଏହାକୁ କେନ୍ଦ୍ର କରି ଉଭୟ ପକ୍ଷରୁ ଯୁକ୍ତିତର୍କ ହେବା ସହ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ପ୍ରାୟ ୨ ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା । ଇଟାମାଟି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ସହ ଘଟଣାରେ ଜଣଙ୍କୁ ଥାନାକୁ ନେଇ ଅଣ୍ଡରଟେକିଙ୍ଗ ଲେଖାଇ ପରେ ଛାଡିଦେଇଥିଲା ।