ଖାରଡ଼ା ରେ ମିଳିତ ଜନ ଶୁଣାଣି ଯୋଗ ଦେଲେ ନୂଆ ଜିଲ୍ଲାପାଳ

0
114
ଖାରଡ଼ା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୬) : କାଶୀନଗର ବ୍ଲକ ର ଖାରଡ଼ା ଠାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ।

ଗତ କାଲି ଗଜପତି ରେ ନୂଆ ରେ ଯୋଗ ଦେଇଥିବା ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଓ ଏସ ପି ସ୍ଵାତି ଏସ କୁମାର ଓ ଜିଲ୍ଲାର ସମସ୍ତ ଲାଇନ ବିଭାଗ ର ଅଧିକାରୀ, ବିଡ଼ିଓ କାଶୀନଗର, ଏନ ଏ ସି ନିର୍ବାହୀ ଅଧିକାରୀ ଆଶିଷ ପ୍ରଧାନ, ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ବ୍ଲକ ଅଧ୍ୟଖ୍ୟା ଶ୍ରୀମତୀ ବାଲା ସାୟାମା, ଉପାଧ୍ୟକ୍ଷ୍ୟ ଶ୍ରୀମତୀ ଏଚ କଲ୍ୟାଣୀ, ଖାରଡ଼ା ସରପଞ୍ଚ ଅଖିଳ ପାତ୍ର ଯୋଗ ଦେଇଥିଲେ । କେ ସୀତାପୁର, ଖାରଡ଼ା, ହାଡୁଭାଙ୍ଗି, କିଣିଗାଁ ପଞ୍ଚାୟତ ର ଲୋକ ଏହି ଶିବିର ରେ ଯୋଗ ଦେଇଥିଲେ । ୬୬ ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୩୩ ଟି ସାମୁହିକ ସମସ୍ୟା ରହିଥିଲା । ଜିଲ୍ଲାପାଳ ଓ ଏସପି ଏହି ଶୁଣାଣି କୁ ଆସୁଥିବା ଜାଣି ମିନିଗାଁ ଗୁଡା ର ଲୋକେ ମିନିଗାଁ ମୁଖ୍ୟରାସ୍ତା କୁ ଆସି ପ୍ରାୟ ଏକ ଘଣ୍ଟା ରାସ୍ତା ଅବରୋଧ କରିଥିବା ଓ ଗମନା ଗମନ ଠୋପ ହୋଇଯାଇଥିଲା ।