ଟ୍ରକ ଚକାରେ ପଡି ହେଲପର ଙ୍କ ମୃତ

0
105
ଟ୍ରକ ଚକାରେ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରି, (୨୭/୬) : ଟ୍ରକ ଚକାରେ ପଡି ହେଲପର ଙ୍କ ମୃତ । ରାୟଗଡା ଜିଲ୍ଲା ଗୁଡ଼ାରୀ ଏନ୍ ଏ ସି ର ବଳରାମ ମହାଙ୍କୁଡ (୨୩) ରାତିରେ ଟ୍ରକ ରେ କାର୍ଯ୍ୟରତ ହେଲପର ଙ୍କ ମୃତ୍ୟୁ ଘଟିଛି ବୋଲି ମୃତଙ୍କ ପିତା ମଦନ ମହାଙ୍କୁଡ ଗୁଡ଼ାରି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ।WhatsApp Image 2023 06 28 at 08.51.35 ଟ୍ରକ ଚକାରେ ପଡି ହେଲପର ଙ୍କ ମୃତ

ତାଙ୍କ ପିତାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ବଳରାମ ରାତିରେ ଟ୍ରକ ରେ କାର୍ଯ୍ୟ କରିବା ନିମନ୍ତେ ଟ୍ରକ କୁ ଯାଇଥିଲେ । ଗାଡି ପଛୁଆ କରିବା ସମୟରେ ଟ୍ରକ ଚକାରେ ପଡି ତାଙ୍କ ପୁତ୍ର ର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ହେବା ପରେ ଗାଡି ଡ୍ରାଇଭର ସ୍ଥାନୀୟ ମେଡିକାଲ କୁ ନେଇଥିଲେ । କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଥିଲା । କ୍ଷତି ପୂରଣ ଦାବୀ ରେ ସାହି ବାସିନ୍ଦା ସ୍ଥାନୀୟ ମେଡିକାଲ ଆଗରେ ବିକ୍ଷୋଭ କରିଥିଲେ । ଗୁଡ଼ାରି ଥାନା ଅଧିକାରୀ ଶ୍ରୀ ଦୀନବନ୍ଧୁ ଶବର ଙ୍କ ନେତୃତ୍ୱରେ S.O ଶ୍ରୀ ରାଜେଶ୍ଵର ଶବର ସେମାନଙ୍କୁ ବୁଝା ସୁଝା କରିବା ପରେ ବିକ୍ଷୋଭ ବନ୍ଦ ହୋଇଥିଲା । ଏ ସମ୍ପର୍କରେ ଗୁଡ଼ାରି ଥାନା ରେ ଏକ କେସ ନମ୍ବର ୪୮/୨୩ ରୁଜ୍ଜୁ ହୋଇଛି ।ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ କରିବା ପାଇଁ ଗୁଣୁପୁର ପଠାଯାଇଛି ଏବଂ ବୁଧବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ।