ଓଡିଶା ସୀମା ଭିତରେ ଥିବା ଜମି ଉପରେ ଆନ୍ଧ୍ର ପ୍ରଦେଶର ଦାଦାଗିରି

0
143
ଓଡିଶା ସୀମା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୮/୬) : ଓଡିଶା ସୀମା ଭିତରେ ଥିବା ଜମି ଉପରେ ଆନ୍ଧ୍ର ପ୍ରଦେଶର ଦାଦାଗିରି । ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ର ଲାଉଗୁଡ଼ା ଗାଁ’କୁ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର କର୍ମକର୍ତ୍ତା ଗଣ ତଦନ୍ତ କରିବା ପାଇଁ ଯାଇଥିଲେ ।WhatsApp Image 2023 06 28 at 11.24.08 ଓଡିଶା ସୀମା ଭିତରେ ଥିବା ଜମି ଉପରେ ଆନ୍ଧ୍ର ପ୍ରଦେଶର ଦାଦାଗିରି

ରିପୋର୍ଟ ଅନୁଯାୟୀ ଲାଉଗୁଡ଼ା ଗାଁ’ର ଆଦିବାସୀ ଲୋକମାନେ ଆନ୍ଧ୍ର ଓଡିଶା ସୀମା ରେ ଥିବା ଜମିକୁ ପୂର୍ବ ପୁରୁଷରୁ ଭୋଗ ଦଖଲ କରି ଚାଷବାସ କରି ଆସୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଆନ୍ଧ୍ର ପ୍ରଦେଶର କେଦାରପୁର ଗାଁ’ର କିଛି ମୁଷ୍ଟିମେୟ ଲୋକ ଉକ୍ତ ଜମି ପାଇଁ ଆଦିବାସୀ ମହିଳା ଓ ପୁରୁଷ ମାନଙ୍କୁ ଆକ୍ରମଣ କରିଛନ୍ତି । ଏ ସଂକ୍ରାନ୍ତରେ ଆଜି ରାମନାଗୁଡା ଥାନାରେ ଏକ ମାମଲା ଦାୟର କରାଯାଇଛି । ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) ତରଫରୁ ରାମନାଗୁଡା ବ୍ଲକର ଲାଉଗୁଡ଼ା ଗାଁ’ର ଏହି ବିବାଦୀୟ ଜମି ସମସ୍ୟା ନେଇ ବହୁବାର ରାମନାଗୁଡା ତହସିଲଦାରଙ୍କୁ ଜଣା ଯାଇଥିଲେ ମଧ୍ୟ କିଛି ସମାଧାନ ହୋଇପାରି ନାହିଁ । ପୁଣି ଆଜି ଏହି ସମସ୍ୟାର ଆସୁ ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରଶାସନ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନ ନେବା ଫଳରେ ଏ ଘଟଣା ବାରମ୍ବାର ଘଟୁଛି ।

ଉକ୍ତ ଘଟଣାଟିକୁ ପ୍ରଶାସନ ପକ୍ଷରୁ ଗୁରୁତର ଭାବେ ତଦନ୍ତ କରି ଆଦିବାସୀ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଥିଲା । ଓଡିଶା ସରକାର ଓ ଆନ୍ଧ୍ର ସରକାର ଯଥାଶୀଘ୍ର ଆଲୋଚନା ମାଧ୍ୟମରେ ଦୁଇ ଗାଁକୁ ଶାନ୍ତି ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ତ୍ରିପତି ଗମାଙ୍ଗ ଦାବି କରିଛନ୍ତି , ନଚେତ୍ ଆଗାମୀ ଦିନରେ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ପାଇଁ ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) ର କେନ୍ଦ୍ର କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଚେତାବନୀ ଦେଇଛନ୍ତି । ଆଜିର ଏହି ତଦନ୍ତ କମିଟି ସଦସ୍ୟ ମାନେ ହେଲେ ଦାସୁରୁ ବିଡିକା, ମୋଜେସ ବିଡିକା, ରମେଶ ପାତିକା , ଗୋବିନ୍ଦ ବିଡିକା, ଛାନ୍ତି ମଣ୍ଡାଙ୍ଗି ଓ ରାମଦାସ ନିମାଲା ।