ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୫ ଜଣଙ୍କୁ ଭୁଜାଲି ମାଡ

0
100
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୩୦/୦୬) : ସୁନ୍ଦରଗଡ-ତଲସରା ଥାନା ଅନ୍ତର୍ଗତ ସବଡେଗା ରେ ଭୁଜାଲି ମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୫ ଜଣଙ୍କୁ ହୋଇଛି ଭୁଜାଲି ମାଡ଼

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ଭୁଜାଲି ମାଡ ରେ ୫ ଆହତ ଙ୍କ ମଧ୍ୟରୁ ୩ ଜଣ ଦିପୁ ବାଗ, ସୁମିତ ପ୍ରଧାନ ଓ ରିଙ୍କୁ ଦେହୁରୀ ଙ୍କୁ ସବଡେଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣ ଅଜିତ ମାଝୀ ଓ ବିମଲ ମୁଣ୍ଡାଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ବିମଲ ଙ୍କୁ ବର୍ତ୍ତମାନ ସୁଦ୍ଧା ଚେତା ଆସି ନାହିଁ । ଗତକାଲି ସବଡେଗା ରେ ହୋଇଥିବା ବାହୁଡା ଯାତ୍ରା ସମୟ ରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ । ପାଟିତୁଣ୍ଡ ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଥିଲା । ପରେ ଭୁଜାଲି, ଛୁରା ଆଦିରେ ଆକ୍ରମଣ ହୋଇଥିଲା ।