ଗାଡି ଚାଳକଙ୍କ ମୃତ ଦେହ ମିଳିବା ଘଟଣା, ନଦୀ ବନ୍ଧ କଡ଼ରୁ ମିଳିଲା କାର୍‌

0
109
ଗାଡି ଚାଳକଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୩୦/୦୬) : କଟକ କଲେଜ ଛକ ଟ୍ୟାକ୍ସିଷ୍ଟାଣ୍ଡରୁ କାର ଭଡା ପରେ ଗାଡି ଚାଳକଙ୍କ ମୃତ ଦେହ ମିଳିବା ଘଟଣା । କଟକ ଜିଲ୍ଲା ନିଆଳି ଗୋବିନ୍ଦପୁର ଅଞ୍ଚଳରୁ ମିଳିଛି କାର ।

ନଦୀ ବନ୍ଧ କଡ଼ରୁ ମିଳିଲା ସୁଇଫ୍ଟ ଡିଜାୟାର କାର । ଗାଡି କେବେ ଓ କିପରି ଏଠାକୁ ଆସିଲା ତଦନ୍ତ କରୁଛି ପୋଲିସ । ତିନି ଯୁବକ ଯୁବତୀଙ୍କ ସମ୍ପର୍କରେ ଖୋଲତାଡ଼ କରୁଛି ଘଷିପୁରା ଥାନା ପୋଲିସ । କଟକ କମିଶନରେଟ ଏସିପି ଅରୁଣ ସ୍ବାଇଁ ଏ ନେଇ ସୂଚନା ଦେଇଛନ୍ତି । ଗତ ୨୪ ତାରିଖରେ କଟକ କଲେଜ ଛକ ଟ୍ୟାକ୍ସି ଷ୍ଟାଣ୍ଡରୁ ଡ୍ରାଇଭର ଭଗବାନ ବୈରିଗଞ୍ଜନଙ୍କୁ, ଦୁଇ ଯୁବକ ଓ ଜଣେ ଯୁବତୀ କାର ଭଡାରେ ନେଇ ଯାଜପୁର ଯାଇଥିଲେ । ପରବର୍ତ୍ତୀ ସମୟରେ ୨୭ ତାରିଖ ଦିନ ଘଷିପୁରା ଅଂଚଳରେ ଗାଡି ଚାଳକଙ୍କ ଗଳିତ ମୃତ ଦେହ ମିଳିଥିଲା । ଏହାରି ଭିତରେ କଟକ ନିଆଳି ଗୋବିନ୍ଦପୁର ନଦୀ ବନ୍ଧରୁ ଟ୍ୟାକ୍ସି ଟି ଜବତ ହୋଇଥିବା ବେଳେ ଗାଡ଼ିକୁ ଭଡାରେ ନେଇ ଥିବା ଲୋକଙ୍କ କୌଣସି ସନ୍ଧାନ ମିଳିପାରି ନାହିଁ ।