ଆସନ୍ତା ୨ ରୁ ପୁଣି ବର୍ଷା

0
117
ଆସନ୍ତା ୨

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୦/୦୬) : ରାଜ୍ୟରେ କମିଛି ବର୍ଷାର ପରିମାଣ । ଆସନ୍ତା ୨ ତାରିଖରୁ ପୁଣି ରାଜ୍ୟ ରେ ବର୍ଷା ସମ୍ଭାବନା । ଦକ୍ଷିଣ ଉପକୁଳ ଓଡ଼ିଶା, ତାର ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଓ ଉପକୂଳ ଓଡିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ

ଆସନ୍ତା ୨ ରୁ ପୁଣି ବର୍ଷା । ଏଥିସହ ରାଜ୍ୟରେ ବର୍ତମାନ ସକ୍ରିୟ ମୌସୁମୀ ସହ ନିମ୍ନ ଚାପ ରେଖା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ରେ କିଛି କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସର୍ବାଧିକ ବର୍ଷା ବାଲେଶ୍ଵର ଜିଲ୍ଲାର ସୋର ଠାରେ ୫୪ ମିଲିମିଟର ରେକର୍ଡ ହୋଇଥିବା ବେଳେ କଟକ ଜିଲ୍ଲା ଆଠଗଡ଼ରେ ୪୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏଥିସହ ରାଜ୍ୟରେ ୧୬୧.୧ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୨୦ ପ୍ରତିଶତ କମ ରହିଛି ।