ପାନୀୟଜଳ ଯୋଗାଣ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ

0
63
ପାନୀୟଜଳ ଯୋଗାଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟଲାଗଡ, (୦୧/୦୭) : ତତଲାଗଡ ରୁପେ ଚିର ପରିଚିତ ଟିଟଲାଗଡ ଉପଖଣ୍ଡ ଅଞ୍ଚଳ ରେ ଅତୀତ ରେ ୫୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯିବା ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ର ବିଷୟ ପାଲଟିଥିଲା । ଏହି ଉତ୍ତପ୍ତ ଅଞ୍ଚଳ ରେ ଜଳ ସ୍ତର ହ୍ରାସ ନେଇ ମୁଖ୍ୟ ସମସ୍ୟା ପାଲଟିଥିବା ବେଳେ ତେଲ ନଦୀ ରୁ ପାଇପ ଲାଇନ ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଇ ଥିଲା ।

ଏ ନେଇ ନିର୍ବାଚନ ବର୍ଜନ ସହ ଦୀର୍ଘ ବର୍ଷ ଆନ୍ଦୋଳନ କରାଯାଇଥିଲା । ହେଲେ ପରିତାପ ର ବିଷୟ ଯେ, ପାନୀୟଜଳ ଯୋଗାଣ ନିୟମିତ ଏପରିକି ସପ୍ତାହ କୁ ଥରେ ଦୁଇ ଥର ପାନୀୟ ଜଳ ଯୋଗାଣ ହୋଇ ଆସିବା ନେଇ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇ ଆସିବା ସତ୍ତ୍ୱେ ଏ ଦିଗରେ ପ୍ରାଶାସନିକ ବ୍ୟବସ୍ଥା ଦାୟୀ ରହିବା ପ୍ରକାଶ ପାଉଛି । ସେହିପରି ନିୟମିତ ଭାବେ ଏହି ପାନୀୟ ଜଳ ଯୋଗାଣ ସମସ୍ୟା ବିରୋଧ ରେ ଟିଟିଲାଗଡ ଉପଖଣ୍ଡ ଅଞ୍ଚଳ ରେ ବିରୋଧ କରିବା ସାର ହୋଇଛି । ସେହିପରି ଟିଟିଲାଗଡ ନିକଟସ୍ଥ ବାନ୍ଧୂପଲା ଗ୍ରାମ ଠାରେ ଜାତୀୟ ରାଜପଥ ୫୯ କୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ଉତ୍କଟ ଗ୍ରୀଷ୍ମ ପ୍ରବାହ ସହ ପାନୀୟ ଜଳ ସମସ୍ୟା ନେଇ ଗରା, ବାଲ୍ଟି ଧରି ଅବରୋଧ କରି ରଖି ଥିଲେ । ଶେଷରେ ପ୍ରଶାସନିକ ଅଧିକାରି ଆସି ଉପଯୁକ୍ତ ପଦକ୍ଷେପ ନେବାକୁ ନିବେଦନ କରିବା ପରେ ଦୀର୍ଘ ସମୟ ପରେ ରାସ୍ତା ଅବରୋଧ ହଟିଥିଲା ।