1. Big News : ଗୁରୁ ଶିଷ୍ୟ ପରମ୍ପପରା ର ନିର୍ଦଶନ “ତସ୍ମୈଶ୍ରୀ”

0
113
ଗୁରୁ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର, (୦୩/୦୭) : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ପବିତ୍ର ଗୁରୁ ପୂର୍ଣ୍ଣମା ଅବସରରେ ଏକ ସାରସ୍ୱତ ରିତିରିବାଜର ଉତ୍ସବ “ତସ୍ମୈଶ୍ରୀ” କାର୍ଯ୍ୟକ୍ରମ ପଏଁରୀ ଅନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି ।

ଗୁରୁ ଶିଷ୍ୟ ପରମ୍ପପରା ର ନିର୍ଦଶନ “ତସ୍ମୈଶ୍ରୀ” : ସଭାପତି ଲଡୁକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଚୌଧୁରୀ ବିଭାରଙ୍କର ସଂଯୋଜନାରେ ଜିଲ୍ଲାର କଳା, ନାଟକ, ସଂଗୀତ, ନୃତ୍ୟ ଓ ସଂସ୍କୃତିକୁ ନିଜର ନିଷା ଭାବରେ ଆପଣେଇ ନେଇଥିବା ପ୍ରବୀଣ କଳାକାର ମାନଙ୍କୁ ଅନୁଷ୍ଠାନ ତରଫରୁ ପୂଜ୍ୟପୂଜା କରାଯାଇଥିଲା । ସଂଗୀତ କ୍ଷେତ୍ରରେ କାତିକ ମେହେର, ସୁବର୍ଣ୍ଣପୁର ର ନରେନ୍ଦ୍ର ସାହୁ, ସୁବର୍ଣ୍ଣପୁର, ନୃତ୍ୟ କ୍ଷେତ୍ରରେ ବୈରାଗୀ ବାଘ, ରାଣୀପୁର ଙ୍କୁ “ତସ୍ମୈଶ୍ରୀ ସମ୍ମାନ-୨୦୨୩” ରେ ସମ୍ମାନୀତ କରାଯାଇଥିଲା । ପ୍ରଥମେ ସଭାପତି ଲଡୁକିଶୋର ମଲ୍ଲିକ ସ୍ୱାଗତ କରିବା ସହିତ କଣ୍ଠଶିଳ୍ପୀ ପଂଚାନନ ଗରିଆ ଆବାହନୀ ସଂଗୀତ ପରିବେଷଣ କରିଥିଲେ ।

ଅନୁଷ୍ଠାନର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ଶ୍ରୀ ଅଭିମନ୍ୟୁ କୁଶଳ ଓ ସଂସ୍କୃତି ଔତିହାସିକ ଗବେଷକ ଶ୍ରୀ ସୁଦାମ ନାଏକ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହି ଏହା ଗୋଟିଏ ନିଆରା ଗୁରୁଶିଷ୍ୟ ପରମ୍ପପରା ର ନିର୍ଦଶନ ସହିତ ଉଚ୍ଚ କୋଟିର କାର୍ଯ୍ୟକ୍ରମ ବୋଲି ମତ ବ୍ୟକ୍ତ କରିଥିଲେ । ଦଣ୍ଡରତ୍ନ ଓ ମହର୍ଷି ଶ୍ରୀ ବିପିନ ଜାଲ ସମ୍ମାନୀତ ବକ୍ତା ଭାବରେ ଯୋଗଦାନ କରି ଗୁରୁଶିଷ୍ୟ ର ଅନାବିଳ ସଂର୍ପକ କିପରି ରହିବା କଥା ସେ ବିଷୟରେ ଆଲୋଚନା କରିଥିଲେ ।

କାର୍ଯ୍ୟକ୍ରମର ଶେଷରେ ଉପ-ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସହ- ସଂପାଦକ -ପୃଥିରାଜ ବାଗ, ସଦସ୍ୟ ଗୋପାଳ ମେହେର, ସନ୍ତୋଷ ମିଶ୍ର, ସନ୍ତୋଷ କୁମାର ପାଢୀ, ଅମିତ ସାହୁ, ଭାଷକର ମିଶ୍ର, ମନୋଜ ପଣ୍ଡା, ସୁଶାନ୍ତ ସାହୁ, ସ୍ୱଚ୍ଚଭାରତର ଉପ-ସଭାପତି ଶ୍ରୀମତି ଇନ୍ଦୁମତି ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଲୋକ କଳାକାର ଅଂଶଗ୍ରହଣ କରିଲେ । କଳାକାର ଗୁରୁ ଭୁଷଣ ଦେହୁରୀ, ଗୋକୁଳ ମାଝି, ମାଧବ ଭୋଇ, ମାନଭଂଜନ ଭୋଇ, ଦାଶରଥି ମହାନନ୍ଦିଆ, ଶ୍ୟାମ ସୁନା, ରାଜହଂସ କୁମ୍ଭାର ପ୍ରମୁଖ ଗୀତ ଓ ନାଚ ପରିବେଷଣ କରିଥିଲେ ।