1. Big News : ସ୍ବାଭାବିକ ସ୍ଥିତିକୁ ଫେରିବ ମୌସୁମୀ, ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା

1
104
ସ୍ବାଭାବିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୫/୦୭) : ସ୍ବାଭାବିକ ସ୍ଥିତିକୁ ଫେରିବ ମୌସୁମୀ । ଆସନ୍ତା କାଲିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସ୍ବାଭାବିକ ସ୍ଥିତିକୁ ଫେରିବ ମୌସୁମୀ, ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା : ଏଥିସହ ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ର ଉପକୂଳରେ ବାୟୁମଣ୍ଡଳର ୧.୫ କିମି ରୁ ୭.୬ କିମି ମଧ୍ୟରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି ଓ ମୌସୁମୀ ନିମ୍ନ ଚାପ ରେଖା ଗତକାଲି ରାଜସ୍ଥାନର ଗଙ୍ଗାନଗର ରୁ ବାହାରି, ଦିଲ୍ଲୀ, ଆଲିଗଡ, ହମିରପୁର, ପ୍ରୟାଗରାଜ, ଡାଲଟନଗଞ୍ଜ, ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱର ରୁ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଆଜି ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

1 COMMENT

Comments are closed.