1.ଇଚ୍ଛାପଡା ଏଆରଆଇଙ୍କୁ ଆକ୍ରମଣ କରି ଲହୁ ଲୁହାଣ କେଲ ଦୁର୍ବୃତ୍ତ

0
95
ଇଚ୍ଛାପଡା ଏଆରଆଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୭/୭) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ ଇଚ୍ଛାପଡା ଏଆରଆଇଙ୍କୁ ଆକ୍ରମଣ କରାଯାଇଥିବା ନେଇ ମୁରିବାହାଲ ଥାନାରେ ଅଭିଯୋଗ ହୋଇଛି ।

ବଗୁଆବାହାଲ-ରେଙ୍ଗାଲି ରାସ୍ତାରେ ଇଚ୍ଛାପଡା ଏଆରଆଇ କୁମୁଦ ମେହେରଙ୍କୁ ୬ ଜଣ ଦୂର୍ବୃତ୍ତ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିବା ଅଭିଯୋଗ ହୋଇଛି । ଶ୍ରୀ ମେହେର ଏଆରଆଇ ସଲମାନ ସୋରଙ୍ଗଙ୍କ ସହିତ ବାଲି ଚାଲାଣ କରୁଥିବା ଟ୍ରାକ୍ଟର ଚାଳକ ପିତାମ୍ବର ଛତ୍ରୀଙ୍କୁ ଆବଶ୍ୟକ କାଗଜପତ୍ର ମାଗିଥିଲେ । ତେବେ ପିତାମ୍ବର କିଛି କାଗଜପତ୍ର ନଥିବା କହିଥିବାବେଳେ ଟ୍ରାକ୍ଟରଟି କପିଳେଶ୍ୱର ବାଗଙ୍କର ବୋଲି ସୂଚନା ଦେଇଥିଲେ । ପରେ ଏଆରଆଇ ଶ୍ରୀ ମେହେର ଫେରୁଥିବାବେଳେ ବଗୁଆ ବାହାଲରୁ ରେଙ୍ଗାଲି ରାସ୍ତାରେ ୬ ଜଣ ଦୃବୁର୍ତ୍ତ ଆକ୍ରମଣ କରିବା ସହ ମୋବାଇଲ ଛଡାଇ ନେଇଥିଲେ । ଏ ନେଇ ମୁରିବାହାଲ ଥାନାରେ ଏକ ଏତଲା ଦିଆଯାଇଛି । ପୋଲିସ ଏହି ଘଟଣାକୁ ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।