କଳା ସଂସ୍କୃତି ସଂଘ ଉପ ସଭାପତି ଙ୍କୁ ମିଳିଲା ପରିଚୟ ପତ୍ର

0
103
କଳା ସଂସ୍କୃତି ସଂଘ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡ଼ା, (୦୭/୦୭) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ରାୟଗଡ଼ା ଜିଲ୍ଲା, ବ୍ଲକ ଓ ନଗର କଳା ସଂସ୍କୃତି ସଂଘ ଉପ ସଭାପତି ଙ୍କୁ ତା, ୦୫/୦୭/୨୩ ରିଖରେ ଜିଲ୍ଲାପାଳ ତଥା ଜିଲ୍ଲା କଳା ସଂସ୍କୃତି ସଂଘ ସଭାପତି ସ୍ଵଧା ଦେବ ସିଂହଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା କଳା ସଂସ୍କୃତି ସଂଘ ସମ୍ପାଦିକା ସୁସ୍ମିତା ବାଉରୀଙ୍କ ଦ୍ବାରା ପରିଚୟ ପତ୍ର ପ୍ରଦାନ କରାଯାଇଛି ।WhatsApp Image 2023 07 07 at 12.06.40 କଳା ସଂସ୍କୃତି ସଂଘ ଉପ ସଭାପତି ଙ୍କୁ ମିଳିଲା ପରିଚୟ ପତ୍ର

ଏହି ସମୟରେ କଲ୍ୟାଣସିଂହପୁର ବ୍ଲକ ତଥା ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା, କାଶିପୁର ବ୍ଲକ ଉପ ସଭାପତି କୃଷ୍ଣ ଚନ୍ଦ୍ର ପୂଜାରୀ, ରାୟଗଡ଼ା ବ୍ଲକ ଉପ ସଭାପତି ସନ୍ତୋଷ କୁମାର ତାଣ୍ଡି, ଗୁଣପୁର ବ୍ଲକ ଉପ ସଭାପତି ଅଗନ୍ତି ଶବର, ଗୁଣପୁର ପୌର ପରିଷଦ ଉପ ସଭାପତି ସୋମନାଥ ପାଣି, ଗୁଡ଼ାରୀ ବ୍ଲକ୍ ଉପ ସଭାପତି ମାଝୀ କୁମ୍ଭାର, ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପ ସଭାପତି ସିମାଞ୍ଚଳ ଗୌଡ଼, ମୁନିଗୁଡ଼ା ବ୍ଲକ ଉପ ସଭାପତି ସୁବାସ ଚନ୍ଦ୍ର ନାୟକ, ପଦ୍ମପୁର ବ୍ଳକ ଉପ ସଭାପତି ଶ୍ୟାମ ସୁନ୍ଦର ସାହୁ ଏବଂ ଡାଟା ଏଣ୍ଟ୍ରି ଅପରେଟର କାନ୍ହୁ ଚରଣ ପ୍ରଧାନ ଉପସ୍ଥିତ ରହିଥିଲେ । ଉପ ସଭାପତି ମାନଙ୍କୁ ଅନେକ ଦରକାର ସମୟରେ ପରିଚୟ ପତ୍ର ନ ଥିବାରୁ ଅନେକ ସମସ୍ୟା ଦେଖା ଯାଉଥିଲା ତେଣୁ ନିଜର ପରିଚୟ ପତ୍ର ପାଇବା ପରେ ସମସ୍ତ ଉପ ସଭାପତି ମାନେ ଜିଲ୍ଲାପାଳ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଧନ୍ୟବାଦ୍ ଜଣେଇଥିଲେ ।