ଧକ୍କା ମାରି ଥାନା ରୁ ଆବେଦନ କାରୀଙ୍କୁ ତଡିଦେଲା ପୋଲିସ

0
64

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୦/୦୭) : ଟିଟଲାଗଡ ଥାନା ଅନ୍ତର୍ଗତ ସିକେର ଗ୍ରାମ ରୁ ସୁଦାମ ସାହୁ ନାମକ ଜଣେ ବ୍ୟକ୍ତି ଙ୍କ ସ୍ତ୍ରୀ ଜଣେ ଦାଦନ ଚାଲାଣ କରୁଥିବା ଦଲାଲ ସହ ମିଶି ବମ୍ୱେ ନେଇଯାଇ ୯୦ ହଜାର ଟଙ୍କା ରେ ବିକ୍ରୀ କରି ଦେଇ ଥିବା ଭଳି ଘଟଣା ନେଇ ଥାନା ରେ ଲିଖିତ ଏତଲା ଦେଇଥିଲେ ।

ଗତ ତିନି ମାସ ତଳେ ତାଙ୍କ ସ୍ତ୍ରୀ ର ଅନୈତିକ ସମ୍ପର୍କ ଥିବା ଉକ୍ତ ବାହ୍ୟ ରାଜ୍ୟ ର ଦାଦନ ସର୍ଦ୍ଦାର ଓ ଗ୍ରାମ ର ଅନ୍ୟ ଜଣେ ସମ୍ପର୍କୀୟ ପ୍ରତିମା ସାହୁ ନାମ୍ନୀ ଜଣେ ମହିଳା ମିଶି ବମ୍ବେ ସୁଦାମ ଙ୍କ ଆଜାଣତ ରେ ତାଙ୍କ ୨୨ ବର୍ଷୀୟ ଭିନ୍ନକ୍ଷମ ଝିଅ ସହ ଫେରାର ହୋଇଯାଇଥିଲେ । ଏ ନେଇ ସୁଦାମ ଥାନା ରେ ଏତଲା ଦେଇଥିଲେ ହେଲେ ସୁଦାମ ଙ୍କ ଅଭିଯୋଗ ଅନୁଯାୟୀ ଅପରପକ୍ଷ ଠାରୁ ଅର୍ଥ କାରବାର କରି ଓଲଟା ତତେ ଜେଲ ହେଇଯିବ ତାଙ୍କ ଇଚ୍ଛା ରେ ଗଲେ ଆଦି କହି ଫେରାଇ ଦେଇଥିଲେ । ଏ ନେଇ ସୁଦାମ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଆରକ୍ଷୀ ଅଧିକାରୀ ଶ୍ରୀମତୀ ଅଙ୍କିତା କୁମ୍ଭାର ନିର୍ଦ୍ଦେଶ ଦେଇଥିଲେ ।

ହେଲେ ପୋଲିସ ଗାଳି, ଗୁଲଜ କରିବା ସହ ଡି ଏସ ପି,ଏସ ପି ଆମର କ’ଣ କରିବେ ଆଦି କହି ଫେରାଇ ଦେଇଥିଲେ । ଗତ ୧୫ ଦିନ ତଳେ ଉକ୍ତ ଦାଦନ ଦଲାଲ ଓ ସୁଦାମ ଙ୍କ ସ୍ତ୍ରୀ ଓ ତାଙ୍କ ଝିଅ ଆସିଥିଲେ ଓ ଶିକେର ଗ୍ରାମ ରୁ ଖବର ପାଇ ସେ ପହଞ୍ଚିବା ବେଳକୁ ତାଙ୍କ ସ୍ତ୍ରୀ ଓ ଝିଅ ଘରେ ନ ଥିଲେ । ହେଲେ ଉକ୍ତ ଦାଦନ ଦଲାଲ ସୁଦାମ କୁ ୩୦ ହଜାର ଟଙ୍କା ଦେବ ଓ ସେ ଠିକ୍ ରହିବ ଆଦି ପ୍ରଲୋଭନ ଦେଖାଇ ଥିଲେ । ସେ ରାଜି ନ ହେବାରୁ ଓ ତାଙ୍କ ସ୍ତ୍ରୀ,ଝିଅ ଠିକଣା ଦେବାକୁ କହିବାରୁ ସେ କିଛି ନ କହି ଫେରାର ହୋଇଯାଇଥିଲା । ସୁଦାମ ଏ ନେଇ ପୁନଃ ଥାନାରେ ଏତଲା ଦେଇଥିଲେ । ଏତଲା ଗ୍ରହଣ ବଦଳରେ ଗାଳି,ଗୁଲଜ କରି ଥିଲେ । ସେ ଏ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କୁ ଅଭିଯୋଗ କରି ବାରୁ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଫୋନ୍ ଯୋଗେ ଦେଇ ଥାନା କୁ ପଠେଇ ଥିଲେ । ପରିତାପ ର ବିଷୟ ଯେ,ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ନିର୍ଦ୍ଦେଶ ନାମା ସତ୍ତ୍ବେ ଥାନା ରେ ଅତ୍ୟନ୍ତ କୁ ଭାଷା ରେ ଗାଳି, ଗୁଲଜ ସହ ତାଙ୍କୁ ଥାନା ରୁ ତଡ଼ି ଦେଇଥିଲେ ।

ଏପରି କି ତାଙ୍କୁ ଥାନା ପରିସର ରେ ଧକ୍କା ଦେଇଥିଲେ ଯାହା ସିସି ଫୁଟେଜ ରୁ ଜଣା ପଡ଼ିଯିବ ବୋଲି ସୁଦାମ ପ୍ରକାଶ କରି କାନ୍ଦି, କାନ୍ଦି ମୋର ଝିଅ କେମତୀ ଓ କୋଉଠି ଅଛି ଖାଲି ଜଣେଇ ଦିଆ ଯାଉ ବୋଲି ପ୍ରକାଶ କରିଛନ୍ତି । ଏହି ଭଳି ଏକ ସମ୍ବେଦନଶିଳ ଘଟଣା କୁ ନେଇ ଥାନା ରେ ତଥା ନିଜ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ନିର୍ଦ୍ଦେଶ କୁ ଭୃକ୍ଷେବ କରାଯାଏ ତେବେ ସାଧାରଣ ଙ୍କ ପୋଲିସ ପ୍ରତି ଆସ୍ଥା ରହିବ କି ?ପୂର୍ବତନ ଥାନାଧିକାରୀ ତଥା ଥାନା ର କିଛି ପୋଲିସ ଅଧିକାରୀ ମିଶି ଅନୁରୂପ ଭାବେ ଡି ଏସ ପି ଙ୍କୁ ସରକାରୀ ଭାବେ ଖାତିର ନ କରିବା ଯୋଗୁଁ ସାଧାରଣ ଦୁର୍ଦ୍ଦଶା ର ସିକାର ହେବା ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ନୂତନ ଭାବେ ଇତି ମଧ୍ୟରେ ଯୋଗ ଦେଇଥିବା ଶ୍ରୀମତୀ କୁମ୍ଭାର ଏ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଜିଲ୍ଲା ଦାଦନ ମୁକ୍ତି ଅଭିଯାନ ନାମକ ସ୍ଵେଚ୍ଛସେବୀ ସଂଘ ପ୍ରକାଶ କରିଛି ।