ବୌଦ୍ଧ ଜିଲ୍ଲା ଦେଇ ଅବାଧ ଗୋ ଚlଲାଣ : ହାତ ବାନ୍ଧି ବସିଛି ବୌଦ୍ଧ ଆଦର୍ଶ ପୋଲିସ

0
333

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୩୧/୦୮) : କରୋନା ମହାମାରୀ କୁ ନେଇ ସରକାରୀ, ବେସରକାରୀ, ସାଧାରଣ ଜନତା, ସ୍କୁଲ, କଲେଜ ର ଅବସ୍ଥା କୁ ଦେଖିଲେ ଆମ ରାଜ୍ୟ ଓଡିଶା କୁ ଛାଡ଼ନ୍ତୁ କିନ୍ତୁ ବୌଦ୍ଧ ଜିଲ୍ଲା ରେ ଏହାର ପ୍ରଭାବ ରେ ସାଧାରଣ ଜନତା ଚିନ୍ତା କଲେଣି ବୌଦ୍ଧଜିଲ୍ଲା ବିଗତ ୧୦ ବର୍ଷ ତଳକୁ ଯାଇଛି | ସେମିତି ଚଳିତ ବର୍ଷ ସତେ ଯେମିତି ଦଇବ ଭଗାରୀ ଭଳି ଚାଷୀ କୁଳଙ୍କୁ ଦେଖୁଛି, ବର୍ଷା ଅଭାବ ରେ ମରୁଡି ଆକଳନ ସୃଷ୍ଟି | ଏହା ଭିତରେ ମୁଖ୍ୟ ପ୍ରସଙ୍ଗ ବୌଦ୍ଧ ଜିଲ୍ଲା ଦେଇ ଅବାଧ ଗୋ ଚାଲାଣ |

ଭଗବାନ ଗୌତ୍ତମ ବୁଦ୍ଧ ଙ୍କ ଐତିହାସିକ ସଂସ୍କୃତି କୁ ନେଇ ଗଠିତ ବୌଦ୍ଧ ଜିଲ୍ଲା ସଂପ୍ରତି ଗୋରୁ ମାଫିଆ ଙ୍କ ପାଇଁ ମରlବତୀ ପାଲଟିବାକୁ ଯାଉଛି, ଐତିହାସିକ ବୌଦ୍ଧ -କିଆକଟା ମହାନଦୀ ସେତୁର ସୌନ୍ଦଯ୍ୟ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ କୋଟି କୋଟି ଟଙ୍କା ବ୍ୟୟ କରି ଏହାକୁ ସଂପୂର୍ଣ ରୂପେ ଆଲୋକିକରଣ କରାଇ ଅନ୍ୟ ଜିଲ୍ଲାବାସୀଙ୍କ ସକାଶେ ଉଦାହରଣ ପାଲଟିଛି | ମାତ୍ର ଗୋରୁ ମାଫିଆ ମାନେ ବୌଦ୍ଧ ଜିଲ୍ଲା ଦେଇ ଅବାଧ ରେ ବିଳମ୍ବିତ ରାତ୍ରିରେ ସ୍ପଷ୍ଟ ରଙ୍ଗୀନ ଆଲୋକ ରେ ଏଭଳି ଅଶୋଭନୀୟ ଗୋ ଚାଲାଣ କରିବାକୁ ଦେଖିବାକୁ ମିଳିଛି |

ହିନ୍ଦୁ ଧର୍ମ ଅନୁଯାଇ ଯଦି ବି ଭାରତ ରେ ୨୯ ଟି ରାଜ୍ୟ ଅଛି ସଂସ୍କୃତି ଓ ପରମ୍ପରା ଅନୁଯାଇ ଯେହିବି ମହାପୁରୁଷ ବୌଦ୍ଧ ଜିଲ୍ଲା କୁ ବୌଦ୍ଧ ବୋଲି ନାମକରଣ କରିଛି ତାଙ୍କୁ ସତ ସତ ଭୂମିଷ୍ଠ ନମସ୍ୟ କରିବ ବୌଦ୍ଧ ଜିଲ୍ଲାବାସି, କାରଣ ଧର୍ମ ଅନୁଯାଉ ଓଡିଶା ରେ ବୌଦ୍ଧ ଜିଲ୍ଲା କୁ ଛାଡିଲେ ସାରା ବିଶ୍ୱରେ କୌଣସି ଜିଲ୍ଲା ଗଠିତ ହୋଇନାହିଁ ଧର୍ମlବଲମ୍ବୀ ନାମାଙ୍କନ ଜିଲ୍ଲା ଭାବେ | ବୌଦ୍ଧ ଧର୍ମ କୁ ନେଇ ବୌଦ୍ଧ ଗଠିତ | କିନ୍ତୁ ବୌଦ୍ଧ ଧର୍ମ କୁ ନେଇ ଗଠିତ ବୌଦ୍ଧ ଜିଲ୍ଲା ଦେଇ ଏମିତି ଧର୍ମ ବିରୋଧୀ କାର୍ଯ୍ୟ ହେଉଛି କଳ୍ପନା ବାହାରେ |

ସିଧାସଳଖ ଆଲୋଚନା କୁ ଆସିଲେ ଜଣାଯାଏ ଯେ ବୌଦ୍ଧ ଜିଲ୍ଲା ର ବିଭିନ୍ନ ଗଣ ମାଧ୍ୟମରେ ଦିଗନ୍ତ ଦିଗନ୍ତ ଧରି ପ୍ରକାଶ ହେଉଥିବା ଗୋମାତା ସୁରକ୍ଷା କୁ ନେଇ ଦୀର୍ଘ ୨୦ ବର୍ଷ ଧରି ବାର ବାର ଗୋମାତା ସୁରକ୍ଷା ଉପରେ ଆଲୋକ ପାତ “NH57ର ମାଧପୁର, ଚାରିଛକ, ପୁରୁଣାକଟକ, ବୌଦ୍ଧ NAC, ବୌଦ୍ଧ ବ୍ରିଜ଼ ଛକ, ବସ ଷ୍ଟାଣ୍ଡ, ସାହାଜପାଳ, ମନମୁଣ୍ଡା, ଇତ୍ୟାଦି ଜନଗହଳି ସ୍ଥାନରେ ବୁଲା ଗୋମାତା ଙ୍କ ପାଇଁ ବହୁ ଗାଡି ଦୁର୍ଘଟଣା ର ଶିକାର ଓ ଗୋମାତା ଙ୍କ ଦେହାନ୍ତ ହେଉଛି | ତେଣୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ଆଦେଶ ଅନୁଯାଇ ଗତ ସପ୍ତାହ ରେ ବୌଦ୍ଧ NAC ଅଧୀନରୁ ୧୦୦ ଗୋଟି ଗୋମାତା ଙ୍କୁ ମାହେଶ୍ୱରୀ ଗୋଶାଳା କୁ ହସ୍ତାନ୍ତର କରାଯାଇଥିଲା |

ସପ୍ତାହ ର ସାତଦିନ ବିତିନି ବୌଦ୍ଧ ମହାନଦୀ ବ୍ରିଜ ଦେଇ ପ୍ରାୟ ୩୫୦ ରୁ ୪୦୦ ଗୋମାତା ଚାଲାଣ ହୋଇଛି ବାହାର ରାଜ୍ୟକୁ | ସୂଚନା ନୁଯାଇ ଗତକାଲି ରାତ୍ରି ୪.୪୫ ମିନିଟ ସମୟରେ ବୌଦ୍ଧ ଜିଲ୍ଲା ମହାନଦୀ ବ୍ରିଜ଼ ଦେଇ ଅନଗୁଳ ଜିଲ୍ଲା କିଆକଟା ପଟକୁ ୩.୫୦ ରୁ ୪୦୦ ଗୋମାତା ଙ୍କୁ ଚାଲାଣ ହୋଇଛି ଓ ଗୋମାତା ଙ୍କୁ ରାଜ କିଶୋର ନଗର ବ୍ଲକ କସ୍ତୁରୀ ବାହାଲ ରୁ ଗାଡ଼ିରେ ଲୋଡ଼ କରି ବାହାର ରାଜ୍ୟ କୁ ଚାଲାଣ ହେଉଛି |

ସତରେ ଏହି ସମୟରେ ବୌଦ୍ଧ ପୋଲିସ ପେଟ୍ରୋଲିଙ୍ଗ ଚେଇଁ ସୋଇଥିଲା କି ବୌଦ୍ଧ ପ୍ରଶାସନ ଏ କଥା ଜାଣିପାରୁନି ? କି ପୋଲିସ ବିଭାଗ ଜାଣତରେ ଏହିକାର୍ଯ୍ୟ ହେଉଛି ଏହା ବିଷୟ ପାଲଟିଛି ? ରାତି ଅଧିକା ଗଞ୍ଜେଇ ଚୋର ଚାଲାଣ ନୀତି ଜଣା ପଡୁଛି, କିନ୍ତୁ ଗୋମାତା ଚାଲାଣ କୁ ପୋଲିସ ବିଭାଗ ର କାହିଁକି ନଜର ପଡୁନି, ଏକଥା କୁ ନେଇ ବହୁ ସମାଜ ସେବି ସଂଗଠନ ଆଜି ପ୍ରଶ୍ନ ଉଠାଇଛି ? ଜାଣି ଶୁଣି ଗୋଚାଲାଣ ବେଳେ ରାତ୍ରି ପେଟ୍ରୋଲିଙ୍ଗ କରୁଥିବା ପୋଲିସ କିମ୍ବା ଜିଲ୍ଲା ପ୍ରଶାସନ ନିଷ୍କ୍ରିୟ ହୋଇଯାଇଛି |

ଏହା ଉପରେ ଯଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବୌଦ୍ଧ ଜିଲ୍ଲା ର ବୁଦ୍ଧିଜୀବୀ ଓ ସାଧାରଣ ଜନତା ଜିଲ୍ଲପାଳ ଙ୍କୁ ଅଭିଯୋଗ ଆଣିଛନ୍ତି | ଏହି ଗୋମାତା ଚାଲାଣଙ୍କୁ ନ ରୋକିଲେ ଆଗାମୀ ଦିନରେ ଏହାର ପ୍ରଭାବ ଏକ ଆନ୍ଦୋଳନ ର ରୂପ ନେବ ବୋଲି ବୌଦ୍ଧ ଜିଲ୍ଲା ର ସାଧାରଣ ଜନତା ଚେତାବନୀ ଦେଇଛନ୍ତି |