1. Best Crime News: ଖୋଲମ ଖୋଲା ଖାକି ବର୍ଦୀ ରେ କୋଟା ଆଦାୟ

0
93
ଖୋଲମ ଖୋଲା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୭/୦୭) : ଖୋଲମ ଖୋଲା ବେଆଇନ୍ ସଟା ଖେଳ ରେ ଲୋକେ ସର୍ବସ୍ବାନ୍ତ ହେଉଥିବା ସାଧାରଣ ଘଟଣା ହୋଇ ଯାଇଥିବା ବେଳେ ସଟା ଖେଳରେ ଗଦି ମାଲିକ ଓ ପୋଲିସ ଅଧିକାରୀ ବେଶ୍ ମାଲା, ମାଲ ହୋଇ ଚାଲିଛନ୍ତି ।

ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଥାନା ଅଞ୍ଚଳରେ ଖୋଲମ ଖୋଲା ଏହି ଖେଳ ଏବେ ଜୋର ଧରିଛି । ସେହିପରି ନୂତନ ଥାନା ଅଧିକାରୀ ଯୋଗ ଦେଇଥିବା ବେଳେ ସଟା ଗଦି ମାଲିକ ଓ ଏଜେଣ୍ଟ ଙ୍କ କୋଟା ରେ ଦୁଇ ସହ ଟଙ୍କା ବୃଦ୍ଧି କରି ପାଞ୍ଚ ଶହ ଟଙ୍କା ରୁ ଦୁଇ ଶହ ବୃଦ୍ଧି କରି ସାତ ଶହ ଟଙ୍କା ଆଦାୟ କରାଯାଉଛି । ପ୍ରକାଶ ଯେ, ସହର ରେ କିଛି ଏଜେଣ୍ଟ ଙ୍କ ନିକଟ କୁ ନିଜ ଖାକି ବର୍ଦି ରେ ପୋଲିସ ବାବୁ ମାନେ ଯାଇ ନିଜ କୋଟା ନଗଦ ଆଣିବା ଓ କେତୋଟି ଫୋନ୍ ପେ ନମ୍ୱର ରେ ଟଙ୍କା ଆଦାୟ କରୁଥିବା ଦେଖାଯାଉଛି । ଏକ ଟଙ୍କା ରେ ୮୦ ଟଙ୍କା ପାଇବା ଲୋଭରେ ସବୁ ଶ୍ରେଣୀ ର ଲୋକେ ଅଭ୍ୟସ୍ତ ଅଛନ୍ତି । ଏହି ଟିଟିଲାଗଡ ଉପଖଣ୍ଡ ଅଞ୍ଚଳ ରେ ମହିଳା, ବିଭିନ୍ନ ଶ୍ରେଣୀ ର ଲୋକେ ତଥା କଲେଜ ପିଲା ଏ ଖେଳ ରେ ଅଭ୍ୟସ୍ତ ଅଛନ୍ତି ।

ଇତି ମଧ୍ୟରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ଥାନାଧିକାରୀ ଙ୍କ ଦାୟିତ୍ଵ ଗ୍ରହଣ କରିବା ପରେ ଏହି ସଟା ଖେଳ, ଜୁଆ, କୁଚିଆ ଦେଶୀ, ବିଦେଶୀ ମଦ ବିକ୍ରୀ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ନେଇ ସାଧାରଣ ଆଶା କରିଥିବା ବେଳେ ଏହି ସବୁ ବେଆଇନ୍ ବୃଦ୍ଧି ପାଉଥିବା କାର୍ଯ୍ୟ, କଳାପ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ବିଭିନ୍ନ ମହଲରୁ ଦାବି ପ୍ରକାଶ ପାଇଛି ।