1. Best Development: ପୋଲଟି ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ନୂତନ ପୋଲ ନିର୍ମାଣ ପାଇଁ ଦାବୀ

1
99
ପୋଲଟି ବିପଦ ସଙ୍କୁଳ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର (୧୭/୦୭): ପୋଲଟି ବିପଦ ସଙ୍କୁଳ-ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି-ମହଦା ଆରଡି ରାସ୍ତାର କୌଡିଆମୁଣ୍ଡା ଗାଁ ମୁଣ୍ଡରେ ଥିବା ବ୍ରିଜ ଟି ବିପଦ ସଂକୁଲ ଅବସ୍ଥାରେ ରହିଛି।

ପୋଲଟି ବିପଦ ସଙ୍କୁଳ-ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସୁଫଲ ମିଲୁ ନାହିଁ। ଏହି ବ୍ରିଜଟି ପ୍ରାୟ ୫୦ ବର୍ଷ ତଳେ ନିର୍ମିତ ହୋଇଥିଲା। ବ୍ରିଜରୁ ସିମେଣ୍ଟ ଖଣ୍ଡ ଖସିବା ସହ ପଥରଖଣ୍ଡ ମାନ ଭାଙ୍ଗି ପଡିବା ସହ ବ୍ରିଜ ଛାତରୁ କଂକିଟ ଖଣ୍ଡ ଫାଟି ଲୁହାଛଡ ବାହାରି ପଡିଥିବା ଦେଖିବାକୁ ମିଲିଛି।ଏହା ସହ ବ୍ରିଜର ପାଚେରୀ ମଧ୍ୟ ଭାଙ୍ଗି ପଡିଗଲାଣି ।ଏହି ରାସ୍ତା ଦେଇ ବିନିକା ଅଞ୍ଚଳର ଲୋକେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ପ୍ରମୁଖ ସ୍ଥାନକୁ ଯାତାୟାତ କରିଥାନ୍ତି ଏହାସହ ଶତାଧିକ ଛୋଟ ଛୋଟ ଯାନବାହନ ଓ ଭାରି ଦୈନନ୍ଦିନ ଯାନ ଯିବା ଆସିବା କରିଥାଏ।ଗତ କିଛି ବର୍ଷ ହେଲା ବ୍ରିଜଟି ବିପଦ ସଂକୁଲ ଅବସ୍ଥାରେ ରହିଥିବାରୁ ଅଞ୍ଚଳ ବାସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିପଦ ସଂକୁଲ ଅବସ୍ଥାରେ ରହିଥିବା ବ୍ରିଜଟି କେଉଁ ମୂହୁର୍ତ୍ତରେ ଭୂଷୁଡି ପଡି ଧନ ଜୀବନ କ୍ଷୟକ୍ଷତି ହେବାର ଆଶଙ୍କା ଦେଖାଦେଇଛି।ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ବ୍ରିଜର ଅବସ୍ଥା ସୁଧାର ହେଉନାହିଁ ବୋଲି ସାଧାରଣରେ ତୀବ୍ର ଅସନ୍ତୋଷ ପାଉଛି।ଏଣୁ ବିଭାଗୀୟ କତୃପକ୍ଷ ଦୃଷ୍ଟି ଦେଇ ଯଥାଶୀଘ୍ର ବିପଦ ସଙ୍କୁଲ ବ୍ରିଜକୁ ଭାଙ୍ଗି ଏକ ନୂତନ ବ୍ରିଜ ନିର୍ମାଣ କରିବାକୁ ସାଧାରଣେ ଦାବି ହେଉଛି।

1 COMMENT

Comments are closed.