1. Best Weather News: ଅନବରତ ବର୍ଷା ଗତକାଲି ଠାରୁ – ବଂଶଧରାରେ ବନ୍ୟା ଆଶଙ୍କା

1
96
ଅନବରତ ବର୍ଷା

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର (୧୮/୭): ବୋଙ୍ଗାପସାଗର ରେ ଉଠିଥିବା ଲଘୁଚାପ ଜନିତ ଅନବରତ ବର୍ଷା ଲାଗି ରହିଛି | ପାଣିପାଗ ବିଭାଗ ମଧ୍ୟ ଆସନ୍ତା ୨୧ ତାରିଖ ଯାଏଁ ବର୍ଷା ହେବ ବୋଲି ଆଗୁଆ ସୂଚନା ଦେଇଛି |

ଅନବରତ ବର୍ଷା-ଏପଟେ ରାୟଗଡା ଜିଲ୍ଲାର ଉପର ମୁଣ୍ଡ ଓ ମୋହନ ମହେନ୍ଦ୍ରଗଡ଼ରେ ବର୍ଷା ଲାଗି ରହିଛି | ଆଜି ସ୍ଥାନୀୟ କେନ୍ଦ୍ରୀୟ ଜଳ ଆୟୋଗର ସୂଚନା ମୁତାବକ କାଶୀନଗର ଠାରେ ୨୩.୬ ମିମି ବର୍ଷା ହୋଇଛି | ସକାଳ ୮ ଟା ସୁଦ୍ଧା ୫୨.୫୩ ମିଟରରେ କାଶୀନଗର ଠାରେ ଜଳ ପ୍ରବାହିତ ହେଉଛି | କାଶୀନଗର ଠାରେ ବିପଦ ସଂକେତ ୫୪.୧୦ ମିଟର ରହିଛି | ଏଣୁ ବର୍ଷାର ଅନୁପାତ ଓ ପୂର୍ବାନୁମାନକୁ ଦେଖିଲେ ବଂଶଧରାରେ ପ୍ରଥମ ବନ୍ୟା ହେବ |

1 COMMENT

Comments are closed.