1. Best News; କୋରାପୁଟ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣୀ ଓ ଭିନ୍ନକ୍ଷମଙ୍କୁ ଉପକରଣ ବଣ୍ଟନ

3
139
କୋରାପୁଟ

ରିପୋର୍ଟ: ରବି ଶଙ୍କର ମହାପାତ୍ର //
କୋରାପୁଟ ୧୭/୭): ଆଜି କୋରାପୁଟ ଜିଲ୍ଲା ବୋରିଗୁମ୍ମା ପଞ୍ଚାୟତ ସମିତି ସଭା ଗୃହରେ କୋରାପୁଟ ଜିଲ୍ଲାପାଳ ମହମ୍ମଦ ଏମ୍ ଅଖତାରଙ୍କର ମିଳିତ ଅଭିଯୋଗ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।79bcc6bd d1ae 4fac 8e5b d1aebce01611 1. Best News; କୋରାପୁଟ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣୀ ଓ ଭିନ୍ନକ୍ଷମଙ୍କୁ ଉପକରଣ ବଣ୍ଟନ

ବର୍ଷା ପାଗ ସତ୍ତ୍ୱେ ୩୩ ଗୋଟି ଅଭିଯୋଗର ଶୁଣାଣି ଶ୍ରୀ ଅଖତାର କରିଥିବା ଜଣା ପଡିଛି । କୋରାପୁଟ ରାଜସ୍ଵ ବିଭାଗ ଅନ୍ତର୍ଗତ ପଟ୍ଟା ଓ GKP ପଟ୍ଟା,ବୋରିଗୁମ୍ମା ବଙ୍ଗଳା ଗୁଡ଼ା ଗ୍ରାମରେ ପାନୀୟ ଜଳ ଯୋଗାଣ ଓ ଷ୍ଟ୍ରିଟ ଲାଇଟ୍ ପ୍ରଦାନ, PPC ରେ ଚାଷୀଙ୍କ ନାମ ପଞ୍ଜୀକରଣ, ପୌଲଟ୍ରି ଫଣ୍ଡର ରିଫଣ୍ଡ, ଅଙ୍ଗନବାଡି କେନ୍ଦ୍ରରେ ଔଷଧ ପ୍ରଦାନ, ସୋଲାର ଲାଇଟ ମାର୍କେଟିଂ ପାଇଁ ଆବେଦନ, ଝିଲିମିଲି ଠାରେ ଚର୍ଚ୍ଚ ରିନୋଭେସନ୍, ଜମି ଚିହ୍ନଟ, ଯୁନିଫର୍ମ ଯୋଗାଣ (ବାସନ୍ତୀ SHG,ପର୍ଲୀ,),ଶଶାହାଣ୍ଡି ପୁଜା ରିଗୁଡ଼ା ଗ୍ରାମର ଏକ ଧର୍ମାନ୍ତରୀକରଣ, 5t ସ୍କୁଲ ସଫେଇ ରେ SHG କୁ ନିୟୋଜନ, ବୋରୱେଲରେ ମୋଟର ପ୍ରଦାନ, ବୋରିଗୁମ୍ମା ସରପଞ୍ଚଙ୍କୁ DSC ପ୍ରଦାନ,ବିସିଂହପୁର ପିତାମ୍ବର ସାହୁଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କୀୟ ଆବେଦନ ପ୍ରମୁଖ ଥିଲା ।

ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୀମାଞ୍ଚଳ ମହାପାତ୍ରଙ୍କ ସମେତ ବି.ଡି. ଓ ପ୍ରଣୟ ରଞ୍ଜନ ବେହେରା, ଏ.ବି.ଡି.ଓ. ମାଧୁରୀ ଆଚାରୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦ୍ରିକା କଣ୍ଡାଙ୍କେଲ, ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୂଖ୍ୟ ଅଧିକାରୀ, C.D.P.O. ଗାୟତ୍ରୀ ବାହିନିପତିଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ପ୍ରାୟ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣି ପରେ ପରେ ୧୭ ଜଣଙ୍କୁ ଭତ୍ତା ପ୍ରଦାନ,୨ ଜଣକୁ ହ୍ଉଇଲ ଚେୟାର ପ୍ରଦାନ କରାଯାଇଥିଲା ।

3 COMMENTS

Comments are closed.