ଫୁଟବଲ ଲିଗ ପାଇଁ ଜିଲ୍ଲା କ୍ରିଡା ସଂଘର କାର୍ଯ୍ୟକାରୀ ସଭ୍ୟମାନଙ୍କୁ ନେଇ ପ୍ରସ୍ତୁତି ବୈଠକ

0
75

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୭) : ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘର କାର୍ଯ୍ୟକାରୀ ସଭ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ ବୈଠକକୁ ଜିଲ୍ଲା କ୍ରିଡ଼ା ସଂଘର ସମ୍ପାଦକ ଶ୍ରୀ ପିୟୁଷ କୁମାର ପଣ୍ଡା ସଞ୍ଚାଳନ କରିଥିଲେ । ସମ୍ପାଦକ ତିନୋଟି ପ୍ରସ୍ତାବକୁ ମଞ୍ଜୁରୀ କରିବା ପାଇଁ କହିଥିଲେ । ପ୍ରଥମ ପ୍ରସ୍ତାବ – ଆସନ୍ତା ଅଗଷ୍ଟ ମାସରେ ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ବ୍ଳକ୍ ଏବଂ ସୋନପୁର ମ୍ୟୁନିସିପାଲିଟ ଅନ୍ତର୍ଗତ ସମସ୍ତ ଫୁଟବଲ ଦଳମାନଙ୍କୁ ନେଇ ସୁବର୍ଣ୍ଣପୁର ସିନିୟର ଫୁଟବଲ ଲିଗ ଅନୁଷ୍ଠିତ କରିବା ପାଇଁ ପ୍ରସ୍ତାବ ଦିଆଗଲା । ଏହି ଫୁଟବଲ ଲିଗ୍ ଜିଲ୍ଲାର ସମସ୍ତ ୬ଟି ବ୍ଲକ୍ ଓ ସୋନପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ବଛା ବଛା ଫୁଟବଲ ଦଳକୁ ନେଇ ନକ୍ ଆଉଟ୍ ମ୍ୟାଚ ଅନୁଷ୍ଠିତ ହେବ । ପ୍ରତି ବ୍ଲକ୍ ଓ ମ୍ୟୁନିସିପାଲିଟିର ଚମ୍ପିୟାନ ହେଉଥବା ଦଳମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ।

ଦ୍ଵିତୀୟ ପ୍ରସ୍ତାବ – ଜିଲ୍ଲାର କ୍ରିଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଭିନ୍ନ କ୍ରିଡ଼ାବିତ୍ ମାନଙ୍କୁ ଜିଲ୍ଲା କ୍ରିଡ଼ା ସଂଘରେ ନୂତନ ସଦସ୍ୟତା ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ତୃତୀୟ ପ୍ରସ୍ତାବ – ଜିଲ୍ଲା କ୍ରିଡ଼ା ସଂଘର କ୍ରିଡ଼ାବିତ୍ ମାନେ ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିବା ଏଥଲେଟିକ୍ ଓ ବକ୍ସିଙ୍ଗ୍ ଚାମ୍ପିୟନସିପ୍‌ରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଅନେକ ପଦକ ବିଜୟୀ ହୋଇଛନ୍ତି । ସେଇ ପଦକ ବିଜୟୀ କ୍ରିଡ଼ାବିତ୍ ମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଉପରୋକ୍ତ ସମସ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ ସଭ୍ୟମାନେ ଗ୍ରହଣ କରି ଏବଂ ଆଲୋଚନା କରି କାର୍ଯ୍ୟକାରୀ କରିବା ପାଇଁ ସହମତି ପ୍ରକାଶ କରିଥିଲେ ।

ଏହି ବୈଠକରେ ଜିଲ୍ଲା ଫୁଟବଲ ଦଳର ସମ୍ପାଦକ ରାଜୀବ କୁମାର ସାହୁ, ଉପ- ସଭାପତି ଚିତ୍ତରଞ୍ଜନ ତରାସିଆ, ସହ-ସମ୍ପାଦକ ନନ୍ଦକିଶୋର ତ୍ରିପାଠୀ, ଭଲିବଲ ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ, ଦିଲ୍ଲୀପ ଗୁରୁ, କଇଁରୁ ୱାଇଁ, ଗୌରୀଶ୍ୟାମ ପଣ୍ଡା, ଗତିକୃଷ୍ଣ ମିଶ୍ର, ସତ୍ୟନାରାୟଣ ରାଓ, ସନତ ହୋତା, ବଳରାମ ପଟ୍ଟନାୟକ, ଆଦ୍ୟତି କିଶୋର ଦାନୀ, କମଳାକାନ୍ତ ସାହୁ, କଳାକାହ୍ନୁ ବାଘ, ସୁଦର୍ଶନ ପଣ୍ଡା, ଜିତେନ୍ଦ୍ର ସାହୁ, କଲିମ ମହମ୍ମଦ, ରାଜେଶ ଥନାପତି, ବିକାଶ ପଣ୍ଡା, ରବିନାରାୟଣ ଦେହୁରୀ, ଜୟନାରାୟଣ ପାଢ଼ୀ, ପୁରେନ୍ଦ୍ର ନାଏକ, ଲିପୁନ ବେହେରା, ଚନ୍ଦନ ବେହେରା, ବିକାଶ ପାଢ଼ୀ, ଅନୁପ ସାହୁ ସମେତ ଜିଲ୍ଲା କ୍ରିଡ଼ା ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।