ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

0
106

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୭/୭) : ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକ କନ୍ଧକୁଳ ପରିଷଦ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ୟେଶରେ ସମାନ ନାଗରିକ ସଂହିତା ବିରୋଧରେ ଏକ ଦାବିପତ୍ର ସ୍ଥାନୀୟ ଅତିରିକ୍ତ ତହସିଲଦାର ଗଣେଶ ଦଳେଇଙ୍କୁ ପ୍ରଦାନ କରିଥିଲେ ।

ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କ ଅଧିକାର, ୫ମ ଓ ୬ଷ୍ଠ ଅନୁସୂଚୀତ ରାଜ୍ୟ ନିୟମ ଲାଗୁ କରିବା, ସମ୍ବିଧାନ ନିୟମ ବଦଳାଇବା ଷଡ଼ଯନ୍ତ୍ର ବନ୍ଦ କରିବା, ଆଦିବାସୀଙ୍କୁ ଅନ୍ୟାୟ ଅତ୍ୟାଚାର ବନ୍ଦ କରିବା ଇତ୍ୟାଦି ଦାବିରେ ଉଲ୍ଲେଖ କରି ତହସିଲଦାର ଙ୍କ ମଧ୍ୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କନ୍ଧକୁଳ ସମାଜର ବାଲାରାଓ ବିଡିକା, ଆପାରାଓ କୁଲିସିକା, ଲାସୁ କାଡ୍ରାକା, ଦାସ କାଡ୍ରାକା, ଜୁଗୁ ନାଚିକା, ସାରୁ ନାଚିକା, ମାନୁ ସିକକା, ମିନରାଓ ହିକକା, ସାରୁ କାଣ୍ଡାଗରୀ, ଜିୟାନା କାଡ୍ରାକା ସବୁ ପ୍ରମୁଖ ରହିଥିଲେ ।