୧୦୦୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଦୃଢ଼ ସଂକଳ୍ପ ନେଲେ କଲେଜ ଛାତ୍ର ଛାତ୍ରୀ

0
70

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୦୭) : ସୋନପୁର କଲେଜର ପୁରାତନ ଓ କଲେଜ ଛାତ୍ର ଛାତ୍ରୀ ଏସପି ଙ୍କୁ ସାକ୍ଷାତ କଲେ ଓ ୧୦୦୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଦୃଢ଼ ସଂକଳ୍ପ ନେଲେ l

ସୁବର୍ଣ୍ଣପୁର ଜିଲ୍ଲାର ମୋ ସରକାର ଆମ ପୋଲିସ ମାଧ୍ୟମ ରେ ଆଗାମୀ ଅଗଷ୍ଟ ଚାରି ତାରିଖ ଦିନ ହେବାକୁ ଥିବା ବିଶାଳ ରକ୍ତ ଦାନ ଶିବିର ଆୟୋଜନ କରିବା ସକାଶେ ସୋନପୁର କଲେଜ ର ପୁରାତନ ଛାତ୍ର ଛାତ୍ରୀ ଓ ନୂତନ ଛାତ୍ର ଛାତ୍ରୀ ଙ୍କୁ କିପରି ସାମିଲ କରାଯାଇ ୧୦୦୦ରୁ ଉର୍ଦ୍ଧ ରକ୍ତ ଦାତା ଏ କାର୍ଯ୍ୟକ୍ରମ ରେ ସାମିଲ ହେବେ ସେଥି ପାଇଁ ସୋନପୁର କଲେଜ ର ପୂର୍ବତନ ସଭାପତି ଅଭିଷେକ ଶର୍ମା ଓ ଚନ୍ଦନ ବେହେରା ଙ୍କ ନେତୃତ୍ବରେ ଏକ ଛାତ୍ର ସଂଗଠନ ଏସପି ଅମରେଶ ପଣ୍ଡା ଙ୍କ ସହିତ ଆଲୋଚନା କରିଛନ୍ତି l

ଏବଂ ନୂତନ ପୁରlତନ ଛାତ୍ର ଛାତ୍ରୀ ଙ୍କ ସହ ସହର ତଥା ଜିଲ୍ଲା ର ସମସ୍ତ ସ୍ବେଛାସେବୀ ଓ ବୁଦ୍ଧିଜୀବୀ ଙ୍କୁ ଏଥିରେ କେମିତି ଅଧିକ ରୁ ଅଧିକ ସାମିଲ କରାଇ ଜିଲ୍ଲା ପୋଲିସ ର ଏଇ ବିଶାଳ ରକ୍ତ ଦାନ ଶିବିର କୁ ସଫଳ କରାଯିବ ସେ ନେଇ ଦୃଢ଼ ପ୍ରତିଶୁତି ଦେଇଥିଲେ l ଓ ରାଜ୍ୟ ରେ ରକ୍ତଦାନ କ୍ଷେତ୍ର ରେ ଆମ ସୁବର୍ଣ୍ଣପୁର ଜିଲ୍ଲା ଗୌରବ ବଢ଼ାଇବାକୁ ସଂକଳ୍ପ ନେଇଥିଲେ l ସହର ତଥା ଜିଲ୍ଲା ର ସମସ୍ତ ସ୍ବେଛାସେବୀ ଙ୍କୁ ନେଇ ଖୁବ ଶୀଘ୍ର ସଦର ଥାନା ରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି l