ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୦୭) : ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ ୧୪ ତାରିଖ ସକାଳେ ସୋନପୁର ସହର ର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସହର ର ଡ୍ରେନେଜ, ପରିମଳ ତଥା ପିଇବା ପାଣି ବ୍ୟବସ୍ଥାର ସରଜମିନ ନିରୀକ୍ଷଣ କରି ସ୍ଥିତି ର ତୁରନ୍ତ ବ୍ୟବସ୍ଥିତ ପଦକ୍ଷେପ ନେବାକୁ ପୌର ନିର୍ବାହୀ ଅଧିକାରୀ ସୋନପୁର ଙ୍କୁ ନିର୍ଦ୍ଦେଶ ଦେଇଥିଲେ l
ନିର୍ବାହୀ ଅଧିକାରୀ ପୌରପରିଷଦ ବଡବଜାର ଅଞ୍ଚଳ ର ମୁଖ୍ୟ ରାସ୍ତା ର ଡ୍ରେନ ଉପରେ ଅଥବା ରାସ୍ତାରେ ଯେଉଁମାନେ ଏନକ୍ରୋଚ କରିଥିବା ଘର, ବାଡ଼, ତଥା ସିମେଣ୍ଟ ଢାଙ୍କୁଣୀ ପୂର୍ବକ ଜବରଦଖଲ କରିଥିଲେ ସେମାନଙ୍କୁ ଜବରଦଖଲ ହଟାଇବାକୁ ନୋଟିସ କରାଯାଇଥିଲା l ଗୃହ ମାଳିକ ମାନେ ରାସ୍ତା, ଡ୍ରେନ ତଥା ପରିମଳ ବ୍ୟବସ୍ଥା ର ବାସ୍ତବିକତାକୁ ଅନୁଭବ କରି ଜବରଦଖଲ କୁ ସ୍ୱତଃ ମୁକ୍ତ କରିଦେଇଛନ୍ତି l ସ୍ଥାନୀୟ ଅଞ୍ଚଳର ଜନସାଧାରଣ ତଥା ଗୃହ ଓ ଦୋକାନ ମାଲିକ ଙ୍କ ଦ୍ୱାରା ସ୍ୱତଃ ଜବରଦଖଲ ହଟାଇ ଅଞ୍ଚଳରେ ଏକ ସୁସ୍ଥ ଓ ସ୍ୱାସ୍ଥ୍ୟକର ପରିବେଶ ପାଇଁ ପ୍ରଶାସନ କୁ ସହଯୋଗର ହାତ ବଢ଼ାଇଥିବାରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ଅଞ୍ଚଳ ଅଧିବାସୀ ଙ୍କୁ ସାଧୁବାଦ ଜଣାଇଛନ୍ତି l ପୁନଶ୍ଚ ସହରର ଅନ୍ୟ ୱାର୍ଡ ଗୁଡିକରେ ମଧ୍ୟ ଏତାଦୃଶ କାର୍ଯ୍ୟ ନିମନ୍ତେ ଜନସାଧାରଣ ସ୍ୱତଃ ଆଗେଇ ଆସି ଏକ ସ୍ୱଚ୍ଛ ସୁନ୍ଦର ସହର ଗଠନ ରେ ଭାଗିଦାର ହେବାକୁ ପ୍ରଶାସନ ତରଫରୁ ଆହ୍ୱାନ କରାଯାଇଛି l ସେପଟେ ବଡ଼ବଜାର ଅଞ୍ଚଳ ର ଅଧିବାସୀ ମାନେ ବ୍ଯବହାର କରୁଥିବା ମୁଖ୍ୟ ରାସ୍ତା ବଡ଼ବଜାର ରୁ ବିଜୁ ପଟ୍ଟନାୟକ ଛକ ଓ ବଡ଼ବଜାର ରୁ ବାଳିକା ଉଚ୍ଚ ବିଦ୍ୟାଳୟ ଛକ ରାସ୍ତା ଦୀର୍ଘ ଦିନ ହେଲା ଖାଲ ଖମା ରେ ଭର୍ତ୍ତି ହୋଇଥିବା ସତ୍ତ୍ଵେ ସ୍ଲମ ଏରିଆ କୁ ପ୍ରଶାସନର ଅବହେଳା ଅଭିଯୋଗ କରିଛନ୍ତି ।