1. Big News : ଋଣ ଖିଲାପି ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ : ଘରକୁ ସିଲ କଲା ବ୍ୟାଙ୍କ

0
56
ଋଣ ଖିଲାପି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୦/୦୭) : ଋଣ ଖିଲାପି ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରି ଘରକୁ ସିଲ କଲା ବ୍ୟାଙ୍କ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ଟାଙ୍ଗରସାହି ରୋଡ ରେ ଥିବା ବିଦ୍ୟାଧର ମେହେର ଙ୍କ ଘରକୁ ଆଜି ବ୍ୟାଙ୍କ କର୍ତ୍ତୃପକ୍ଷ ସିଲ କରିଛି l

 ଋଣ ଖିଲାପି ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ : ସୂଚନା ଅନୁସାରେ ଚମ୍ପାପୁର ନିବାସୀ ବିଦ୍ୟାଧର ମେହେର ଉତ୍କଳ ଗ୍ରାମ୍ୟବ୍ୟାଙ୍କ ରୁ ୬ଲକ୍ଷ ଟଙ୍କା ଋଣ ନେଇଥିଲେ ଏବଂ ଠିକ ସମୟରେ ପରିଶୋଧ କରି ନ ଥିଲେ । ପରେ ପରେ ଋଣ ଭାର ବଢିଯିବାରୁ ବିଦ୍ୟାଧର ଋଣ ପରିଶୋଧ କରି ନ ପାରିବାରୁ ତାଙ୍କୁ ବ୍ୟାଙ୍କ ତରଫରୁ ବାରମ୍ବାର ନୋଟିସ ଜାରି କରାଯାଇଥିଲେ ମଧ୍ୟ ବିଦ୍ୟାଧର ଋଣ ପରିଷୋଧ କରିବା ନେଇ କୈାଣସି ବ୍ୟବସ୍ଥା କରିନଥିବା ବେଳେ ବ୍ୟାଙ୍କର ନୋଟିସ କୁ ଅଣଦେଖା କରିଥିଲେ ।

ଆଜି ବ୍ୟାଙ୍କ ପ୍ରଶାସନ, ପୋଲିସ ସହାୟତାରେ ଏବଂ ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ବିଦ୍ୟାଧରଙ୍କ ଘରକୁ ଜବତ କରିବା ସହିତ ସିଲ କରିଛି l ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ର ରିଜିଓନାଲ ମେନେଜର କୈଳାସ ଚନ୍ଦ୍ର ମିଶ୍ର, ବୀରମହାରାଜପୁର ତହସିଲଦାର ବିଭୁଦ ଗଡ଼ନାୟକ, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ, ଥାନା ଅଧିକାରୀ ରାଜେଶ୍ବରୀ ଭୋଇଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହି ଘରକୁ ସିଲ କରାଯାଇଥିଲା l ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଠାରୁ ନେଇଥିବା ଋଣ ମୂଳ ସୁଧ ମିଶାଇ ପନ୍ଦର ଲକ୍ଷ ରୁ ଉର୍ଦ୍ଧ୍ୱ ହେବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି l ଆଗକୁ ଆହୁରି ଚାରି ପାଞ୍ଚ ଜଣ ଋଣ ଖିଲାପି ଙ୍କ ସ୍ଥାବର ସମ୍ପତ୍ତି ସିଜ କରାଯିବ ବୋଲି ଜଣାଯାଇଛି l