ଜରି ଢଙ୍କା କୁଡ଼ିଆରେ ବିତୁଛି ନିରୀହ ମହିଳା ଛଉ ଗୌଡ଼ଙ୍କ ଜୀବନ

0
57

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୨୨/୦୭) : ସ୍ଥାନୀୟ ରାଜନେତା ଓ ସରକାରୀ ବାବୁଙ୍କ ମନୋବଳ ଅଭାବ ଯୋଗୁଁ ସରକାରୀ ବାସ ଗୃହରୁ ବଞ୍ଚିତ ନିରୀହ ମହିଳା ଛଉ ଗୌଡ଼

ଭଙ୍ଗା ମାଟି କାନ୍ଥ ଓ ଜରି ଢ଼ଙ୍କା କାନ୍ଥ ଘରେ ଜୀବନ ବିତୁଛି ଛଉ ଗୌଡ ର ଜୀବନ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ଗ୍ରାମପଞ୍ଚାୟତ ପିତାଗୁଡା ଗ୍ରାମର ନିରୀହ ବେସାହାରା ମହିଳା ଛଉ ଗୌଡ଼ ଙ୍କ ଭାଗ୍ୟରେ ଦେଖାଦେଇଛି ଜରି ଢଙ୍କା ଭଙ୍ଗା କୁଡ଼ିଆ । ଏହି କୁଡ଼ିଆରେ ଏହି ନିରୀହ ମହିଳା ବସବାସ କରି ଜୀବନ କୁ ବଞ୍ଚାଇବାରେ ରାହା ଖୋଜୁଛନ୍ତି । ଏହି ବ୍ଲକର ବିଭିନ୍ନ ରାଜନେତା ଠାରୁ ଆରମ୍ଭ କରି ସରକାର ଙ୍କ ସରକାରୀ କର୍ମଚାରୀ ବିଭିନ୍ନ ଉନ୍ନୟନ ମୂଳକ କାମ ଠିକ ଚାଲୁଛି ବୋଲି ଡିମଡ଼ିମି ପିଟିଖେଲୁ ଥିବା ବେଳେ ଆଜି ଏହି ବ୍ଲକ ର ବେସାହାରା ମହିଳା ନିଜ ଆର୍ଥିକ ଅନାଟନ ଯୋଗୁଁ ଜରି ଢଙ୍କା କୁଡ଼ିଆ ରେ ରହି ଜୀବନ କୁ ବଞ୍ଚାଇ ଆସୁଥିବା ଖବର କେମିତି ଡିମଡ଼ିମି ପିଟୁଥିବା ରାଜନେତା ଓ ସରକାରୀ ବାବୁଙ୍କ ଦୃଷ୍ଟି ଗୋଚର କେମିତି ହେଉ ନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ ଉଠାଇଛନ୍ତି ।

ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ସରକାରୀ ବାବୁଙ୍କ ସହ ରାଜନେତା ମାନେ ନିଜର ସ୍ୱାର୍ଥ ପାଇଁ କିଛି ମାତ୍ରାରେ ଉନ୍ନୟନ ମୂଳକ କାମ କରି ବାଃ ବାଃ ପ୍ରକାଶ କରୁଥିବା କେତେ ଯୁକ୍ତିଯୁକ୍ତ ତାହା ସହଜେ ଅନୁମୟ ହୋଇଛି । ନିରୀହ ମହିଳା ଛଉ ଗୌଡ଼ ଙ୍କ ପାଇଁ ସରକାରୀ ଆବାସ ଯୋଜନା ପାଇବାରେ ଦିବା ସ୍ୱପ୍ନ ପାଲଟିଛି । ସରକାର ସମସ୍ତ ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପକାଘର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଥି ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକାଘର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ଲୋକ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ପଞ୍ଚାୟତ କର୍ମଚାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ପ୍ରକୃତ ଗରିବ ହିତାଧିକାରୀମାନେ ଏହି ଯୋଜନା ପାଇବାରୁ ବଞ୍ଚିତ ହୋଇ ରହୁଛନ୍ତି ।

ଉପରୋକ୍ତ ଲେଖାର ଘଟଣା ଉଦାହରଣ ସୂରୁପ ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଳି ପଞ୍ଚାୟତ ପିତାଗୁଡା ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗ୍ରାମରେ ଛଉ ଗଉଡ଼ ନାମକ ବେସାହାରା ମହିଳାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଟିଏ ନାହିଁ । ଏବେ ଭଙ୍ଗା ଦଦରା ଗୋଟିଏ କୁଡ଼ିଆ ଘରେ ବିପଦ ସଂକୁଳ ଅବସ୍ଥାରେ ରହି ଦୁଆର ଦୁଆର ଭିକ୍ଷାବୃତ୍ତି କରି ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି । ଅସହାୟ ଛଉ ଗଉଡ଼ଙ୍କ ପରିବାର କହିଲେ ସାହା ଭାରସା କେହି ନାହିଁ । ଏଭଳି ପରିସ୍ଥିତିରେ ଘର ଖଣ୍ଡେ କରିବାକୁ ବି ଛଉ ଗଉଡ଼ ମହିଳାଙ୍କ ହାତରେ ଅର୍ଥର ଅନାଟନ ଦେଖାଦେଇଛି । ଦୀର୍ଘବର୍ଷ ହେଲା ଭଙ୍ଗା ଦଦରା ଜରି ଢଙ୍କା ମାଟି କୁଡ଼ିଆ ଘରେ ଖରା, ବର୍ଷା ଓ ଶୀତ ରେ ଜୀବନ କୁ ବାଜି ଲଗାଇ ଭଗବାନ ଙ୍କୁ ଭରଷା କରି ମୁଣ୍ଡ ଗୁଞ୍ଜି ଆସୁଛନ୍ତି । ଚଳିତ ମାସର ବର୍ଷାରେ ସେହି କୁଡିଆ ମଧ୍ୟ ସପୂର୍ଣ ଭାଙ୍ଗି ଚୁରମାର ହୋଇ ଯାଇଛି । ଏପଟେ ବ୍ଲକ ପ୍ରଶାସନ ପକ୍ଷରୁ ଘର ଘର ଚାଲ କାର୍ଯ୍ୟକ୍ରମ କରି ଅଭିଯୋଗ ହେଲା ମାତ୍ରେ କିଛିଟା ସମାଧାନ ମଧ୍ୟ କରୁଛନ୍ତି କିନ୍ତୁ ଏହି ମହିଳାଙ୍କ ପାଇଁ କାହାର ନଜର ପଡ଼ୁନାହିଁ । ଏହି ନିରୀହ ମହିଳା ଛଉ ଗୌଡ଼ଙ୍କୁ ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।