୧୬ ଦଫା ଦାବୀ ନେଇ ଏସୟୁସିଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

0
178

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରିଗୁଡା,(୦୧/୦୯) : ବୈପାରୀଗୁଡା ବ୍ଲକର ବିଭିନ୍ନ ସମସ୍ୟାକୁ ନେଇ ଏସଉସିଆଇ ପକ୍ଷରୁ ପଂଚାୟତ ସମିତି କାର୍ଯାଳୟ ଠାରେ ବିଡ଼ିଓ ଅଭିମନ୍ୟୁ କବି ଶତପଥୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ୧୬ ଦଫା ଦାବୀ ପ୍ରଦାନ କରାଯାଇଛି l544e29d2 e309 4c1a 8b9f cbfc0886483f ୧୬ ଦଫା ଦାବୀ ନେଇ ଏସୟୁସିଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ଏସଉସିଆଇ କମ୍ୟୁନିଷ୍ଟ ଦଳର ବ୍ଲକ ସଂପାଦକ ସୂର୍ଯ୍ୟ ନାରାୟଣ ବିଷୋୟଙ୍କ ନେତୃତ୍ୱରେ ୧୬ ଦଫା ଦାବୀ ନେଇ ଆୟାଜିତ ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରରେ କୋରାପୁଟ ଜିଲ୍ଲା ସଂଗଠନ କମିଟି ସମ୍ପାଦକ କାହ୍ନୁ ବିଶ୍ବାଳ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମରଣା ନୀତି ବିରୋଧ କରିଥିଲେ l

କରୋନା କାଳରେ ପେଟ୍ରୋଲ, ଡିଜେଲ, ଗ୍ୟାସ୍ ତଥା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧିକୁ ନେଇ ଏହାର ପ୍ରତିକାର ସ୍ବରୂପ ଦରଦାମ ବୃଦ୍ଧି ନିୟନ୍ତ୍ରଣ ଏବଂ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିବା ସହ ସମସ୍ତଙ୍କୁ ଟୀକାକରଣ କରିବା ଏବଂ କୋଭିଡ ଆକ୍ରାନ୍ତଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇବା, ସରକାରୀ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତି ପ୍ରତ୍ୟାହାର କରିବା, ମଦଭାଟି ପ୍ରତ୍ୟାହାର କରିବା, ସମସ୍ତ ବେକାରୀଙ୍କୁ ଚାକିରି ଯୋଗାଇଦେବା, ଆଦି ଦାବୀକୁ ବିକ୍ଷୋଭ କରାଯାଇଛି l ଏହି ବିକ୍ଷୋଭରେ ରାମ ବାରିକ, ବାସୁଦେବ ଖରା,ଦଶରଥ ଖିଲ, ଲକ୍ଷ୍ମୀ ବାରିକ, ନରେନ୍ଦ୍ର ଖିଲ ସହଯୋଗ କରିଥିଲେ l