ବୌଦ୍ଧ ଜିଲ୍ଲା NAC ପକ୍ଷରୁ ୫୭ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ,ଆବର୍ଜନା ମୁକ୍ତ ବୌଦ୍ଧ ସହରର ଆହ୍ୱାନ

0
282

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୩୧/୦୮) : ବୌଦ୍ଧ ଜିଲ୍ଲା NAC ପକ୍ଷରୁ ୫୭ ତମ ସ୍ୱୟତ ଶାସନ ଦିବସ ପାଳିତ ହୋଉଛି | ଏହି ଦିବସ ଅବସରରେ ପ୍ରାତଃ ୪.୩୦ ରେ ଡାକବାଜି ଯନ୍ତ୍ରରେ ରାମ ଧୁନ ପରିବେଷଣ କରି ସହର ପରିକ୍ରମା କରାଯାଇଥିଲା |8f7268aa fe7c 421a 9baf 9a970a867163 ବୌଦ୍ଧ ଜିଲ୍ଲା NAC ପକ୍ଷରୁ ୫୭ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ,ଆବର୍ଜନା ମୁକ୍ତ ବୌଦ୍ଧ ସହରର ଆହ୍ୱାନ

ବୌଦ୍ଧ ଜିଲ୍ଲା NAC ପକ୍ଷରୁ ସକାଳ ୮ ସମୟରେ ଦିବସର ଅତିଥି ମାନଙ୍କ ଦ୍ୱାରା ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳ ମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଡା. ଆମ୍ବେଦକର, ସ୍ଵଭାଵ କବି ଗଙ୍ଗାଧର ମେହେର, ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନଟବର ପ୍ରଧାନଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାପଣ ଅର୍ପଣ କରାଯାଇଥିଲା |

୯ ଘଣ୍ଟା ସମୟରେ ମୁଖ୍ୟଅତିଥି ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ସହଯୋଗ ରେ ଜାତୀୟ ପତାକା ଉତ୍ତଳନ ପୂର୍ବକ ପରିଷଦରେ ପୁରସ୍କାର ବିତରଣ କରାଯାଇ ବୌଦ୍ଧକୁ ଆବର୍ଜନା ମୁକ୍ତ କରିବା ପାଇଁ ଆହ୍ୱାନ ଦିଆଯାଇ ଥିଲା | ୧୦ ଟା ସମୟରେ ଅତିଥି ମାନଙ୍କ ଦ୍ୱାରା ବୌଦ୍ଧ ଗଡ଼ଖାଇ ର ଶୁଭ ଉଦଘାଟନ ପରେ ଗଡ଼ଖାଇର ପୁନଃ ଉଦ୍ଧାର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଶେଷରେ NAC ଛକ ଓ ଜାମୁ ଛକ ଠାରେ ଟ୍ରାଫିକ ପୋଷ୍ଟର ଉଦ୍ଘାଟନି ଉତ୍ସବ ପାଳିତ ହୋଇଥିଲା |d5a84e8f 0554 4731 99a8 fae35e5fac3b ବୌଦ୍ଧ ଜିଲ୍ଲା NAC ପକ୍ଷରୁ ୫୭ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ,ଆବର୍ଜନା ମୁକ୍ତ ବୌଦ୍ଧ ସହରର ଆହ୍ୱାନ

ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ବୌଦ୍ଧ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ, ସମ୍ନାନୀତ ଅତିଥି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶିକା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀମତୀ ବବିତା ରାଣୀ ଦଳ ବେହେରା, ନିର୍ବାହୀ ଅଧିକାରି ଡା. ମନୋରଞ୍ଜନ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ ଓ NAC ର କର୍ମ କର୍ତ୍ତା ବୁଦ୍ଧିଯିବି ଏବଂ ସାମ୍ବାଦିକଙ୍କ ଗହଣରେ ଏହି ମହାପର୍ବ ଅନୁଷ୍ଠିତ ହୋଇଥିଲା | ଦିବା ୧୨.୩୦ ରେ ଶାରୀରିକ ଭିନ୍ନକ୍ଷମ ସ୍କୁଲରେ ପରିଷଦ ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା |