1. Big News: ଶ୍ବଶୁର ଘରେ ଜ୍ୱାଇଁଙ୍କୁ ମରଣାନ୍ତକ ଆକ୍ରମଣ

0
66
ଶ୍ବଶୁର ଘରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୬/୦୮) : ଶ୍ବଶୁର ଘରେ ଜ୍ବାଇଁଙ୍କୁ ଗୋଡେଇ ଗୋଡେଇ ହାଣି ଚର୍ଚ୍ଚା କଲା ଶଳା । ଶଳାର ଦାଆ ଚୋଟରେ ଭିଣୋଇ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା କଂସରଗୋଡ଼ା ଗାଁ ଶ୍ବଶୁର ଘରେ । ଗୁରୁତର ଭିଣୋଇ ହେଉଛନ୍ତି କଙ୍କଡାହାଡ଼ ଥାନା ବିରାଶାଳ ଗାଁର ସମୀର ପାତ୍ର । ଶ୍ବଶୁର ଦେହ ଖରାପ ଥିବାରୁ ସମୀର ନିଜ ସ୍ତ୍ରୀ ଓ ପିଲା ଛୁଆଙ୍କୁ ଧରି କଂସରଗୋଡ଼ା ଗାଁ’କୁ ଯାଇଥିଲେ । ସେଠାରେ ପୂର୍ବରୁ ରାଗ ରଖି ଶଳା ବେଣୁଧର ପାତ୍ର ଏକ ଦା’ରେ ଭିଣେଇ ସମୀରଙ୍କୁ ଆକ୍ରମଣ କରିଥିଲେ । ତେବେ ଏଥିରେ ସମୀର ଗୁରୁତର ହୋଇ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତ କିଛି ମାସ ତଳେ ଶ୍ବଶୁରଙ୍କୁ ମାଡ଼ ମାରିବା ଅଭିଯୋଗରେ ଶଳା ନାଁରେ କେଶ କରିଥିଲେ ଭିଣେଇ । ଯାହାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଶଳା ଏପରି କାଣ୍ଡ କରିଥିବା ସୂଚନା ମିଳିଛି । ଘଟଣା ଘଟାଇବା ପରେ ଶଳା ବେଣୁଧର ପାତ୍ର ଫେରାର ହୋଇଯାଇଥିବା ଜଣାପଡିଛି ।