1. Big News: କ୍ଷତି ପୂରଣ ପାଇଁ ମୃତ ଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ

0
74
କ୍ଷତି ପୂରଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୭/୦୮) : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ । କ୍ଷତି ପୂରଣ ପାଇଁ ମୃତ ଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଏହିଭଳି ଘଟଣା ଦେଖିବାକୁ ମିଳିଛି ମହିଷାଲଣ୍ଡା ପଞ୍ଚାୟତର ବନ୍ତ ଗ୍ରାମରେ ।

କ୍ଷତି ପୂରଣ ପାଇଁ ମୃତ ଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ : – ଏହି ଗ୍ରାମର ପରମାନନ୍ଦ ପ୍ରଧାନ ବିଲ କାମ ସାରି ନିଜକୁ ଘରକୁ ଫେରୁଥିବା ସମୟରେ ବିଲ ହୁଡ଼ାରେ ଥିବା ତାର ଖୁଣ୍ଟିରୁ ଏକ ଫେଜ ଲାଇନ ତଳେ ପଡିଥିଲା । ସେହି ବାଟ ଦେଇ ଯିବା ସମୟରେ ତାରଟି ତାଙ୍କ ଦେହରେରେ ଲାଗିଯିବାରୁ ଘଟଣା ସ୍ଥଳରେ ଚେତା ହରାଇ ପଡି ରହିଥିଲେ । ଘଟଣା ସ୍ଥଳରେ ଗ୍ରାମର ଏକ ବ୍ୟକ୍ତି ଫାଉଡା ବେଣ୍ଟରେ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ ନେଇଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗ୍ରାମବାସୀ ଓ ପରିବାର ଲୋକ ମାନେ କ୍ଷତି ପୂରଣ ପାଇଁ ଚୌଦ୍ୱାର ଗାନ୍ଧୀଛକରୁ କଟକ ରାସ୍ତା ଅବରୋଧ କରିବା ସହିତ ଚୌଦ୍ୱାର ବିଦ୍ୟୁତ ବିଭାଗ ଅଫିସ ଘେରାଉ କରିଥିଲେ । ଘଟଣା ସ୍ଥଳରେ ଟାଟା ପାୱାର କର୍ମଚାରୀ ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଆଲୋଚନା ହେବା ସହିତ ପଚାଶ ହଜାର ଟଙ୍କା ଶବ ସତ୍କାର ପାଇଁ ଏବଂ ତିନି ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା । କ୍ଷତି ପୂରଣ ରାଶି ପାଇବା ପରେ ଗ୍ରାମବାସୀ ମାନେ ଶବକୁ ସତ୍କାର ପାଇଁ ଗ୍ରାମକୁ ନେଇଥିଲେ ।