1. Best News: ପୋଖରୀରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର

0
68
ପୋଖରୀରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୭/୦୮) : ପୋଖରୀରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ମୃତକ ହେଲେ ବଡଗଡ଼ ଗ୍ରାମର ବଳରାମ ଦାସ। ସେ ବଡଗଡ଼ ଥାନାରେ କାର୍ଯ୍ୟ କରୁଥିଲେ ।

ପୋଖରୀରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର- ବଳରାମ ନିଶାସେବନ କରନ୍ତି । କିଛି ଦିନ ତଳେ ବଳରାମ ନିଶାସେବନ କରି ଥାନାକୁ ଆସିଥିଲେ । ଏନେଇ ଏସ୍ଆଇ ତାଙ୍କ ଉପରେ ବିରକ୍ତି ହୋଇଥିଲେ । ନିଶାସେବନ ନ କରି ଥାନାକୁ ଆସିବାକୁ କହିଥିଲେ । ବଳରାମ ଏକ ସପ୍ତାହ ହେଲା ଥାନାକୁ ଆସୁନଥିଲେ । କିନ୍ତୁ ଆଜି ସକାଳୁ ବଳରାମଙ୍କ ମୃତଦେହ ଥାନା ନିକଟରେ ଥିବା ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ମୃତଦେହକୁ ଉଦ୍ଧାର କରି ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି । ବଳରାମ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଜଣାପଡ଼ିନାହିଁ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।