1. Big News : ଚୋରା ମଦ ବେପାରୀଙ୍କୁ କାବୁ କଲା ଅବକାରୀ ବିଭାଗ

0
49
ଚୋରା ମଦ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୪/୦୮) : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ରାଧାପୁର ଗ୍ରାମର ଜଣେ ଚୋରା ମଦ ବେପାରୀକୁ ଗୋଡ଼ାଇ ଗୋଡ଼ାଇ ଫ୍ଲିଲ୍ମ ଷ୍ଟାଇଲରେ କାବୁ କରିଛି ଅବକାରୀ ବିଭାଗ

ଗିରଫ ଯୁବକ ରାଧାପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗତ ଡିସେମ୍ବର ୨୭ ତାରିଖରେ ଅଭିଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ଘରେ ଅବକାରୀ ବିଭାଗ ଚଢ଼ାଉ କରି ୫୦ ଲିଟର ମହୁଲି ମଦ ଜବତ କରିବା ସହ ୧ ହଜାର କିଗ୍ରା ପୋଚ ନଷ୍ଟ କରାଯାଇଥିଲା । ଚଢ଼ାଉ ସମୟରେ ସେ ଅବକାରୀ ବିଭାଗ କୁ ଚକମା ଦେଇ ଫେରାର ହୋଇଯାଇଥିବା ବେଳେ ଅଭିଯୁକ୍ତ ପୂର୍ଣ୍ଣ ଚନ୍ଦ୍ରଙ୍କ ନାମରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କରିଥିଲା । ଏନେଇ କୋର୍ଟରୁ ପୂର୍ଣ୍ଣ ଚନ୍ଦ୍ର ଙ୍କ ନାମରେ ଓ୍ବାରେଣ୍ଟ ଜାରି ହୋଇଥିଲା । ତେବେ ପାଟଣା ଅବକାରୀ ବିଭାଗ ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ଙ୍କୁ ଗିରଫ କରିବା ପାଇଁ ମାଛଗଡ଼ ରାସ୍ତା ପଟୁ ତାଙ୍କ ବାଇକ୍ କୁ ପିଛା କରି ସାହାରପଡା ମୁଖ୍ୟ ବଜାରରେ ସାଧା ପୋଷାକଧାରୀ ୨ଜଣ ଅବକାରୀ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ଙ୍କ ବାଇକ ଧରିଥିଲେ ।