1. Best News : ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ

0
42
ଦନ୍ତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୧୪/୦୮) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜ ଇଲାକା ନୀଳାଦ୍ରି ପ୍ରସାଦ ପୁଞ୍ଜିଆମ ଗାଁ’ରେ ଦନ୍ତା ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ହୋଇଛି ।

ମୃତ ମହିଳା ହେଉଛନ୍ତି ପୁଞ୍ଜିଆମ ଗାଁ’ର ଅଞ୍ଜନା ପ୍ରଧାନ । ମହିଳା ଜଣକ ଆଜି ପ୍ରାତଃ ସମୟରେ ବାରି ପଛ ପଟ ନାଳକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଶିକାର ହୋଇଥିଲେ । ପରିବାର ଲୋକେ ମହିଳା ଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଯାହାକି ଏସିଆ ମହାଦେଶରେ ସର୍ବ ବୃହତ ଶାଳ ଶାଗୁଆନ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ଏହି ଅଞ୍ଚଳ ହାତୀ ମାନଙ୍କର ନିତିଦିନିଆ ଚଳପ୍ରଚଳିତ ଏରିଆ ହୋଇଥିଲେ ହଁ ବନ ବିଭାଗର କର୍ମଚାରୀ ମାନଙ୍କର ଏଥିପ୍ରତି ସଜାଗ ନୁହଁନ୍ତି। ଯାହା ଫଳରେ ବାରମ୍ବାର ଏହି ଅଞ୍ଚଳର ଲୋକମାନେ ହାତୀ ଆକ୍ରମଣ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।