1. Best News : ଟ୍ରକ ଧକ୍କାରେ ଦୁଇ ଛାତ୍ରୀ ମୃତ ଜଣେ ଗୁରୁତର

0
63
ଟ୍ରକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୧୪/୦୮) : ଟ୍ରକ ଧକ୍କାରେ ଦୁଇ ଛାତ୍ରୀ ମୃତ ଜଣେ ଗୁରୁତର : – ବରଗଡ଼ ଜିଲ୍ଲାରେ ଆଜି ଏକ ବରଗଡ଼ ଜିଲ୍ଲା ଲରମ୍ଭା ସ୍ଥିତ ପୋଡ଼ବାଡ଼ିରେ ସଡ଼କ ଦୁର୍ଘଟଣାରେ ୨ କଲେଜ ଛାତ୍ରୀ ମୃତ୍ୟୁବରଣ କରିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।

ଆଜି ପ୍ରାୟ ଦିନ ୧୨ .୪୫ ମିନିଟରେ କାଦୋବାହାଲ କଲେଜରୁ କିଛି ଛାତ୍ରୀ ଘରକୁ କ୍ଲାସ ସାରି ଫେରୁଥିବା ସମୟରେ ଏକ ଟ୍ରକ ଛାତ୍ରୀ ମାନଙ୍କ ଉପରେ ମାଡି ଯାଇଥିଲା l ଫଳରେ ୩ ଜଣ ଛାତ୍ରୀ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ଛାତ୍ରୀ ମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରି ବୁର୍ଲା ମେଡିକାଲକୁ ପଠେଇଥିଲେ । ତେବେ ବୁର୍ଲା ମେଡିକାଲକୁ ପହଞ୍ଚିବା ମଧ୍ୟରେ ଦୁଇ ଜଣ ଛାତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମଧ୍ୟ ଗୁରୁତର ଅଛନ୍ତି l ମୃତ ଛାତ୍ରୀ ମାନେ ହେଲେ ଅନୁପମା ମଲିକ ଓ ଜୟଶ୍ରୀ ରଣା l ଗୁରୁତର ଛାତ୍ରୀ ଜଣକ ହେଲେ ପ୍ରିୟା ମଞ୍ଜରୀ ପଣ୍ଡା l ସମସ୍ତେ ଯୁକ୍ତ ଦୁଇର ଛାତ୍ରୀ ଅଟନ୍ତି l