Best News : 5T ସଚିବ ଙ୍କ ନିର୍ଦ୍ଦେଶରେ ଭାସ୍କରଙ୍କୁ ଛାଡିଲା ପୁଲିସ

0
52
5T ସଚିବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୧/୦୮) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କେ ପାଣ୍ଡିଆନ ଗତକାଲି ଜନସାଧାରଣଙ୍କ ଅଭିଯୋଗ ଶୁଣିବାକୁ ସତ୍ୟବାଦୀ ଯାଇଥିବାବେଳେ ସେଠାରେ ତାଙ୍କ ଉପରକୁ କାଳିମାଡ଼ ହୋଇଥିଲା ।

ଭାସ୍କର ସାହୁ ନାମକ ଜଣେ ଯୁବକ 5T ସଚିବଙ୍କୁ ଏହି କାଳିମାଡ କରିଥିଲେ l ଏହି ଘଟଣା ପରେ ଉପସ୍ଥିତ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେବା ପୂର୍ବରୁ ପୁଲିସ ଭାସ୍କରଙ୍କୁ ସୁରକ୍ଷିତ ଭାବେ ଭିଡ଼ରୁ ଆଣି ନିଜ ହେପାଜତରେ ରଖିଥିଲା। ପରେ ଭାସ୍କର ସାହୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ତାଙ୍କୁ ସୁରକ୍ଷିତ ଭାବେ ପୁଲିସ ଛାଡିଦେଇଥିଲା । ଶୁଣିବାକୁ ମିଳୁଛି ଯେ ଭାସ୍କରଙ୍କୁ ଛାଡିବା ପାଇଁ ପୁଲିସକୁ କୁଆଡେ 5T ସଚିବଙ୍କ ନିର୍ଦ୍ଦେଶ ମିଳିଛି ।

ଏସମ୍ପର୍କରେ ଭାସ୍କର ସାହୁଙ୍କ ବଡଭାଇ ରତ୍ନାକର ସାହୁ ଜାଣିବା ପରେ 5Tସଚିବଙ୍କୁ କୃତଜ୍ଞତା ଜଣାଇବା ସହ ଏଭଳି କାଳିମାଡ ଘଟଣାକୁ ନିନ୍ଦା କରିଛନ୍ତି । ଏତେ ବଡ ଘଟଣା ପରେ ବି ଭାସ୍କରଙ୍କୁ ସଚିବ କ୍ଷମା କରିଛନ୍ତି । ଯାହାକୁ ନେଇ ରତ୍ନାକର ଭାବବିହ୍ବଳ ହୋଇପଡିଥିଲେ । ଏହାସହ ସୁରକ୍ଷିତ ଭାବେ ନିଜ ଭାଇକୁ ଫେରିପାଇଥିବାରୁ ସେ ପୁରୀ ପୁଲିସକୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ।