1. Big News : ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ

0
61
ଯୋଗ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୨୭/୦୮) : ମିନିଷ୍ଟର ଅଫ ୟୁଥ୍ ଅlଫୟlର୍ସ, ସ୍ପୋର୍ଟସ ଗର୍ଭରମେଣ୍ଟ ଅଫ ଇଣ୍ଡିଆ ଓ ଜିଲ୍ଲା ସ୍ପୋର୍ଟସ ଆସୋସିଏସନ୍ ର ମିଳିତ ପ୍ରଚେଷ୍ଟା ରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ସ୍ମାର୍ଟପାର୍କ ରେ ଏକ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇ ଯାଇଛି lWhatsApp Image 2023 08 28 at 09.23.43 1 1. Big News : ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ

ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଯୋଗ ର ପ୍ରଚାର ପ୍ରସାର ତଥା ଯୋଗାସନ ସ୍ପୋର୍ଟସ ର ପ୍ରଚାର ଓ ବିକାଶ ଲାଗି ଏହି ପ୍ରଶିକ୍ଷଣ ଶିବିର କୁ ଆରମ୍ଭ କରା ଯାଇଛି ବୋଲି ଜିଲ୍ଲା ସ୍ପୋର୍ଟସ ଆସୋସିଏସନ୍ ର ସଭାପତି ମନୋଜ ପଣ୍ଡା କହିଛନ୍ତି । ଆଜି ର ଏହି ପ୍ରଶିକ୍ଷଣ ଶିବିର ରେ ପ୍ରଶିକ୍ଷକ ଗୁଣନିଧି ଥନାପତି, ନିମେ଼ଇ ମହାକୁର, ସୁବୋଧ ରତ୍ନାକର ସାହୁ, ପ୍ରଭଞ୍ଜନ ସେନାପତି, ରସିଦ ଅହମଦ, ପ୍ରକାଶ ମେହେର, ଗୁଣନିଧି ସୁନା, ସବିର ସାହୁ ପ୍ରମୁଖ ଅଭ୍ୟାସ କରିଥିଲେ ।

ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ସାହୁ, ରାଜ୍ୟ ମତ୍ସ୍ୟ ନିଗମ ପ୍ରାକ୍ତନ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଯୁବ ନେତା ଜନ୍ମଜୟ ପାତ୍ର, ରବି ନାରାୟଣ ମିଶ୍ର, ସୋମନାଥ ପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରତିଭାଗି ଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ । ପ୍ରତି ରବିବାର ଦିନ ସକାଳ ସାତ ଟା ଏ ଶିବିର ଆୟୋଜନ କରିବା ର କାର୍ଯକ୍ରମ ରହିଛି ବୋଲି ଜିଲ୍ଲା ସ୍ପୋର୍ଟସ ଆସୋସିଏସନ୍ ତରଫରୁ କୁହା ଯାଇଛି ।