ବୌଦ୍ଧ ଜିଲ୍ଲା ଫ୍ରେଣ୍ଡସିଫ କ୍ଳବର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ : ବିଭିନ୍ନ ବିଷୟ ଉପରେ ଆଲୋଚନା

0
251

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,ତା.(୦୩/୦୯) : ବୌଦ୍ଧ ଜିଲ୍ଲା ଫ୍ରେଣ୍ଡସିଫ କ୍ଲବ ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି | କ୍ଲବ ସଭାପତି ସୁମନ ସଡଙ୍ଗୀ ଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିବାବେଳେ,ଏଥିର୍ ମୁଖ୍ୟ ଅତିଥି ଭାବରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ୱଜିତ ମିଶ୍ର, ସମ୍ମାନିତ ଅତିଥି ଡଃ ପ୍ରିୟବ୍ରତ ବେହେରା,ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରବୀର କୁମାର ଦାଶ, କ୍ଲବ ଉପଦେଷ୍ଠା ଇଂ. ସଞ୍ଜୟ କୁମାର ପଣ୍ଡା ଉପସ୍ଥିତ ଥିଲେ ।

ସମାଜସେବୀ ର ମୂଳ ଲକ୍ଷ୍ୟ କ’ଣ ହେବ ତାହା ଆଲୋଚନା ହୋଇଥିଲା, ଅତିଥି ପରିଚୟ ସାର୍ଥକ୍ କୁମାର ମହାପାତ୍ର ପ୍ରଦାନ କରିଥିବାବେଳେ ଏହି ସଭାରେ ସମ୍ପାଦକ ତଥା ପ୍ରତିଷ୍ଠାତା ତୋଫାନ ପରିଡ଼ା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ, ବୌଦ୍ଧ ଜିଲ୍ଲା ଫ୍ରେଣ୍ଡସିଫ କ୍ଲବ ର ପ୍ରଥମ ବାର୍ଷିକ ବିବରଣୀ ପୁସ୍ତକ ପ୍ରକାଶ ପାଇଥିବାବେଳେ, ନୂତନ ପୋଷାକ ମଧ୍ୟ ଉନ୍ମୋଚିତ ହୋଇଥିଲା, ଜିଲ୍ଲାର ବିଭିନ୍ନ ସମାଜସେବୀ ମାନଙ୍କୁ ସମ୍ବୋଧିତ କରାଯାଇଥିଲା |

ଉପସଭାପତି ଇମ୍ତ୍ୟାଜ୍ ଖାଁ, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବଡମାଳି,ସହସମ୍ପାଦକ ସମ୍ୟକ୍ ନାଏକ, ଅଂଶୁମାନ ହୋତା, ସୁବ୍ରତ କୁମାର ପୁରୋହିତ,ସାଲେନି ଷଡ଼ଙ୍ଗୀ, ଜ୍ଞାନ ପ୍ରକାଶ ପାଣିଗ୍ରାହୀ, ଦେବବ୍ରତ ତରିଆ, ଫକ୍କିର ଘଡେଇ, ବଟକୃଷ୍ଣ ଅଗ୍ରୱାଲ,ସିଦ୍ଧାର୍ଥ,ସିବାନି ଷଡ଼ଙ୍ଗୀ ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ |