ଶିକାର କରୁଥିବା ସମୟରେ ୨ ଶିକାରୀ ଗିରଫ : ଏକ ଦେଶୀ ବନ୍ଧୁକ ଓ ଶିକାରୀ ଟର୍ଚ୍ଚ ଜବତ

0
142

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୩/୦୯/) : ଆଜି ଢେଙ୍କାନାଳ ରେଞ୍ଜ ର ବେଲବନିଆ ସଂରକ୍ଷିତ ଜଙ୍ଗଲରୁ ଶିକାର କରୁଥିବା ସମୟରେ ୨ ଶିକାରୀ ଓ ଏକ ଦେଶୀ ବନ୍ଧୁକ ଓ ଶିକାରୀ ଟର୍ଚ୍ଚ ସହ ଗିରଫ କରାଯାଇଛି ।

ଉକ୍ତ ଶିକାରୀ ଦୁଇଜଣ ହେଉଛନ୍ତି ବିନୋଦ ଦେହୁରୀ (୩୮ ବର୍ଷ) ,ପିତା ବୁଲା ଦେହୁରୀ, କୃଷ୍ଣ ପ୍ରସାଦ ଶବର ସାହି ଏବଂ ଅନ୍ୟଜଣଙ୍କ ହେଲେ ମନୋଜ ସାହୁ (୨୯ବର୍ଷ) ,ପିତା ଗେଣ୍ଡୁ ସାହୁ ,ଘଟିବିରି । ଶିକାର କରୁଥିବା ସମୟରେ ଉକ୍ତ ଦୁଇଜଣଙ୍କୁ ଢେଙ୍କାନାଳ ବନଖଣ୍ଡ ବିଭାଗ ଦ୍ଵାରା ଗିରଫ କରାଯାଇଛି ।