ସୁବର୍ଣ୍ଣପୁର ସିନିୟର ଫୁଟବଲ ଲିଗ ଫାଇନାଲ ମ୍ୟାଚ

0
61
ସୁବର୍ଣ୍ଣପୁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୯) : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ଆୟୋଜିତ ସୋନପୁର ମୁନିସିପାଲିଟି ଜୋନ ଫୁଟବଲ ଲିଗର ଫାଇନାଲ ଦିବସ ରେ ଖେଳ ଆଜି କଲେଜ ପଡିଆରେ ରାମଧୁନ କ୍ଲବ ଓ ସୁବର୍ଣ୍ଣପୁର ରିଜର୍ଭ ପୁଲିସ ମଧ୍ୟରେ ଅତି ସଙ୍ଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା ।WhatsApp Image 2023-09-07 at 10.09.30

ରାମଧୁନ କ୍ଲବ ୨ – ୦ ଗୋଲରେ ବିଜୟୀ ହୋଇଛନ୍ତି । ଆଜି ର ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସୋନପୁର ପୌରପରିଷଦର ଅଧକ୍ଷl ତାମାସୀ ତମସ୍ମିତା ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ରାଜ୍ୟ ପି ଇ ଟି ଏସୋସିଏସନ ର ସମ୍ପାଦକ ରାମ ସାହୁ ଯୋଗଦେଇ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ କୁମାର ପଣ୍ଡା, ପୁଲିସ ଆର ଆଇ କାଁହୁ ଚରଣ ମାରାଣ୍ଡି, ପ୍ରାକ୍ତନ ପୌରାଧ୍ୟକ୍ଷ କଇରୁ ସ୍ୱାଇଁ, ପ୍ରକାଶ ସାହୁ, ସମାଜସେବୀ ପଠlନ କୁମାର ପଣ୍ଡା, କ୍ରୀଡ଼ାପ୍ରେମୀ ସୀତୁ ମହାପାତ୍ର, ଦିଲୀପ ଗୁରୁ, ଗୋବିନ୍ଦ ତରେଇ, ଗୌରୀଶ୍ୟାମ ପଣ୍ଡା, ଜିତେନ୍ଦ୍ର ସାହୁ, କଇରୁ ସ୍ୱାଇଁ, କୃଷ୍ଣ କୁମାର ବାଘ, ଶାଶ୍ୱତ କୁମାର ମିଶ୍ର, ସୁଦଂlଶୁ ମେଣ୍ଡଳୀ, ପୁରୋଶୋତ୍ତମ ପାଣିଗ୍ରାହୀ, ବଳରାମ ପଟ୍ଟନାୟକ, ବିକାଶ ପଣ୍ଡା, ଜଳନ୍ଧର ଦୀପ, ମନୋଜ ପଣ୍ଡା ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।

ରେଫରୀ ଭାବରେ, ଜିତେନ୍ଦ୍ର ଥନାପତି, ପ୍ରଶାନ୍ତ ସେଠି, , ରାଜେଶ ଥନା ପତି, ସୁଶାନ୍ତ ନାୟକ ଖେଳ ପରିଚାଳନା କରିଥିଲେ । ସନ୍ତୋଷ ପାଢ଼ୀ,ସଚିନ ସାହୁ, ଜଗନ୍ନାଥ ସାହୁ, ବୁବୁନ ନାଏକ ସମେତ ଜିଲ୍ଲା କ୍ରୀଡା ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ସଞ୍ଜୟ ସାହୁ ଅତିଥି ଙ୍କୁ ସ୍ୱାଗତ କରି ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ । ବେଷ୍ଟ ପ୍ଲେୟାର ଭାବେ ଚନ୍ଦନ ବେହେରା ଓ ଅମାଯ଼ିଙ୍ଗ ପ୍ଲେୟାର ଭାବେ ଅଶିକ ମହମ୍ମଦଙ୍କୁ ଏବଂ ବିଜେତା ଓ ଉପବିଜେତା ଦଳକୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।