ରାୟଗଡାରେ ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ

0
61
ରାୟଗଡାରେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୦/୦୯) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-09-10 at 10.33.16

ଏହି ଲୋକଅଦାଲତରେ ରାୟଗଡା ଜିଲ୍ଲା ମୁଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶୀପୁର ରେ ଦୀର୍ଘ ଦିନ ଧରି ପଡିରହିଥିବା ୨୯୫୧ ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ. ୫୨୧୭୬୩୨ (ବାବନ ଲକ୍ଷ ସତର ହଜାର ଛ ସହ ବତିଶ) ଟଙ୍କା ରାଜସ୍ବ ସମ୍ବନ୍ଧିତ ୫ ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ୩୨୯୬୨୫ ଟଙ୍କା ଓ ପ୍ରିଲିଗେସନ ସମ୍ବନ୍ଧିତ ୩୮ ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ୧୦୪୪୫୦୦ ଟଙ୍କା ଆଦାୟ ହୋଇଛି । ଏହି ଲୋକଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟ ନାରାୟଣ ଷଡ଼ଙ୍ଗୀ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ନିବେଦିତା ପଣ୍ଡା ପରିଚାଳନା କରିଥିଲେ ।

ଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଶ୍ରୀ ଅମୃତ ରଞ୍ଜନ ନନ୍ଦ, ସ୍ଥାୟୀ ଲୋକଅଦାଲତ ର ଅଧ୍ୟକ୍ଷ ଶ୍ରୀ ଏସ.ଏ.କେ ଜାହିର ଅହମଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତୀ ରୀନା ଚୌଧୁରୀ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ମିନାକ୍ଷୀ ପ୍ରିୟଦର୍ଶିନୀ, ମହିଳା କୋର୍ଟ ର ବିଚାରପତି ଶ୍ରୀମତୀ ସୋନାଲ ଶର୍ମା ରେଜିଷ୍ଟର ଡେବିଜ୍ୟୋତି ମହାପାତ୍ର, ସବ ଜଜ୍ ଶ୍ରୀ ସୋମ୍ୟରୂପ ସାହୁ ଉପଖଣ୍ଡିୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ବର୍ଷା ଦାସ, ନ୍ୟାୟଧିକାରୀ ଶ୍ରୀ ଚନ୍ଦନ କୁମାର ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତ ର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ ।