ଲୋକ କଳା ବିକାଶ କେନ୍ଦ୍ର ତରଫରୁ ମାସ୍କ ବଣ୍ଟନ ସହିତ ବାଲ୍ୟ ବିବାହ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
377

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୦୫/୦୯) : କରୋନା ତୃତୀୟ ଲହର ର ଆଶଙ୍କା କୁ ଆଖି ଆଗରେ ରଖି ସେବା କ୍ଷେତ୍ର ରେ ଆଗେଇ ଆସିଛି ଲୋକ କଳା ବିକାଶ କେନ୍ଦ୍ର ( LKBK ) ସରସରା । ତୃତୀୟ ଲହରରେ ମୁଖ୍ୟତଃ ଶିଶୁ ମାନେ ଆକ୍ରାନ୍ତ ହେବେ ବୋଲି ଗବେଷକ ମାନେ ମତଦାନ କରିଛନ୍ତି । ମହିଳା ଓ ଶିଶୁ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ LKBK ସବୁବେଳେ ସବୁ ସମୟରେ ନିଜ ଅଞ୍ଚଳ ପାଇଁ କାମ କରି ଆସୁଛି ।WhatsApp Image 2021 09 05 at 10.07.30 AM ଲୋକ କଳା ବିକାଶ କେନ୍ଦ୍ର ତରଫରୁ ମାସ୍କ ବଣ୍ଟନ ସହିତ ବାଲ୍ୟ ବିବାହ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ଲୋକ କଳା ବିକାଶ କେନ୍ଦ୍ର ଅନୁଷ୍ଠାନ ତରଫରୁ ପୁରୁଣାକଟକ ଓ ରାମଗଡ଼ ଉଚ୍ଚ ବିଦ୍ୟାଳୟ ର ପ୍ରାୟ ୫୦୦ ଛାତ୍ରଛାତ୍ରୀ ଙ୍କୁ N95 ମାକ୍ସ ବଣ୍ଟନ କରାଯାଇଛି । ତା ସହିତ ନିଜ ଅଞ୍ଚଳରୁ କିପରି ବାଲ୍ୟ ବିବାହ ରୋକିବା, ବାଲ୍ୟ ବିବାହ ପରି ଅପରାଧ ଜନକ କାର୍ଯ୍ୟରୁ ନିଜେ ଏବଂ ନିଜ ଅଞ୍ଚଳବାସୀ ଙ୍କୁ କିପରି ଦୂରେଇ ରଖିବା ସେ ସଂପର୍କ ରେ ଆଲୋଚନା ହୋଇଥିଲା ।

ନିଜ ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବାର ସୂଚନା ପାଇଲେ ତୁରନ୍ତ ହେଲ୍ପଲାଇନ ନମ୍ବର ୧୦୯୮ କୁ କଲ କରିବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜଣାଯାଇଥିଲା । ଉଭୟ ରାମଗଡ଼ ଏବଂ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଅନୁଷ୍ଠାନର ପ୍ରତାପ ମେହେର ,ସୁପ୍ରିୟା ଦେହୁରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ । ଆଗକୁ ହରଭଙ୍ଗା ବ୍ଲକ୍ ର ବିଭିନ୍ନ ଉଚ୍ଚବିଦ୍ୟାଳୟ ଏବଂ କଲେଜ ଗୁଡିକରେ ଆଗାମୀଦିନରେ N95 ମାକ୍ସ ବଣ୍ଟାଯିବ ବୋଲି ଅନୁଷ୍ଠାନ ର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ମତ ପ୍ରକାଶ କରିଛନ୍ତି ।