ଦୁଇ ମହିଳାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ପରେ ଆତ୍ମରକ୍ଷା ପାଇଁ ଫାଙ୍କା ଗୁଳିଚାଳନା

0
154

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୪/୦୯) : କାର୍ ପାର୍କିଂକୁ କେନ୍ଦ୍ରକରି ଗୋଟିଏ ପରିବାର ର ଦୁଇ ମହିଳାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଘଟଣା ଖଣ୍ଡଗିରି ଥାନା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବୟସ୍କା ମହିଳା ଏବଂ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖାଲି ସେତିକି ନୁହେଁ, ଯୁବକମାନେ ତି୍ରଦୀପ୍ତ ରାଉତଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ । ଦୁଇ ମହିଳାଙ୍କ ଉପରେ ଆକ୍ରମଣ ଘଟଣା ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି କେତେ ବିଗିଡି ଯାଇଛି ଏଥିରୁ ସ୍ପଷ୍ଟ ବାରି ହେଉଛି । ଏନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ମଧ୍ୟ କରାଯାଇଛି । ଖଣ୍ଡଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

ତି୍ରଦୀପ୍ତ ଆତ୍ମରକ୍ଷା ପାଇଁ ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ଜଣାପଡିଛି । ତାଙ୍କର ମଧ୍ୟ ଭୟଙ୍କର ଆକ୍ରମଣ କରିଥିଲେ । ପୁଲିସ ତି୍ରଦୀପ୍ତ ରାଉତଙ୍କ ସମେତ ଆକ୍ରମଣକାରୀ ପନଙ୍ଗ ଭୂଷଣ ପଟ୍ଟନାୟକ ଓ ଅଭିନାଶ ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି । ଶଳା-ଭିଣୋଇ ଦୁଇ ମହିଳାଙ୍କୁ ଆକ୍ରମଣ କରିବା ଘଟଣାକୁ ନେଇ ଜାଗମରାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଗାଡି ପାର୍କିଂକୁ ନେଇ ମହିଳାମାନଙ୍କୁ କାହିଁକି ଆକ୍ରମଣ କରାଗଲା ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଥିଲେ । ଏଥିରେ ମହିଳାମାନଙ୍କ କ’ଣ ଭୁଲ ରହିଲା ବୋଲି ଜାଗମରା ଗ୍ରାମର ଫେଲୁ ପଟ୍ଟନାୟକ କହିଛନ୍ତି ।

ସୂଚନାଯୋଗ୍ୟ ଯେ,କଟକ କନ୍ଦରପୁରର ତି୍ରଦୀପ୍ତ ରାଉତ ଜାଗମରାରେ ରହୁନ୍ତି । ଶୁକ୍ରବାର ଅପରାହ୍ନରେ ସେ ଘରେ ଥିବା ସମୟରେ ଜାଗମରା ଗ୍ରାମର ଅନଙ୍ଗଭୂଷଣ ପଟ୍ଟନାୟକ ତାଙ୍କ ପତ୍ନୀଙ୍କୁ ଧରି ଏକ କାର୍‍ରେ ଆସି ତି୍ରଦୀପ୍ତଙ୍କ ଘର ସମ୍ମୁଖରେ ରଖିଥିଲେ । ଏହାକୁ ବିରୋଧ କରିଥିଲେ ତି୍ରଦୀପ୍ତ । ଏଥିରେ ଉତ୍‍କ୍ଷିପ୍ତ ହୋଇ ଅନଙ୍ଗ ଭୂଷଣ ଓ ତାଙ୍କ ଶଳା ଅଭିନାଶ ଜେନା ପାଟି କରି କହିଥିଲେ ଆମେ ଗାଡି ରଖିବୁ ତୁମେ କ’ଣ କରିବ କର । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ତି୍ରଦୀପ୍ତଙ୍କ ମା’ ସେଠାକୁ ଆସିଥିଲେ ।

ଅନନ୍ଦ ଓ ତାଙ୍କ ଶଳା ଅଭିନାଶ ବୃଦ୍ଧା ମହିଳାଙ୍କୁ ଆକ୍ରମଣ କରିବା ସହ ମାଡ଼ ମାରିଥିଲେ । ପାଟି ଶୁଣି ତାଙ୍କ ଝିଅ ସେଠାକୁ ଆସିବା ପରେ ତାଙ୍କୁ ମଧ୍ୟ ଶଳା-ଭିଣୋଇ ଆକ୍ରମଣ କରିବାକୁୁ ପଛାଇନଥିଲେ । ପରେ ତି୍ରଦୀପ୍ତଙ୍କୁ ମଧ୍ୟ ମାଡ ମାରିଥିଲେ । ଏଥିରେ ତି୍ରଦୀପ୍ତ ଉତ୍‍କ୍ଷିପ୍ତ ହୋଇ ତିନି ରାଉଣ୍ଡ ବ୍ଲାଙ୍କ ଫ୍ୟାରିଂ କରିଥିଲେ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।