ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଏନ.ସି.ସିର ଚୟନ ପ୍ରକ୍ରିୟା

0
82

ରିପୋର୍ଟ -ବିରଞ୍ଚି ପ୍ରସାଦ ଶତପଥୀ //
ଗୁଣପୁର (୧୩.୦୯): ଆଜି ସ୍ଥାନୀୟ ଜିଆଇଇଟି ବିଶ୍ଵବିଦ୍ୟାଳୟ ପରିସରରେ ଏନ.ସି.ସି ର ବରିଷ୍ଠ ବିଭାଗ ର ଚୟନ ପ୍ରକ୍ରିୟା କରାଯାଇଛି । ଏଥିରେ ଇଛୁକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଚୟନ ପ୍ରକ୍ରିୟା କରାଯାଇଥିଲା ।aeb11397-505a-4adc-b6bf-d6f122d0eb42

ଏହି ଚୟନ ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାର ର ଶାରୀରିକ ଓ ଲିଖିତ ଦକ୍ଷତାକୁ ପରିଗଣିତ କରି ସର୍ବମୋଟ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା । ଏଥିରେ ୧୦ ଜଣ ଛାତ୍ରୀ ଓ ୨୦ଜଣ ଛାତ୍ର ଚୟନ ହୋଇଛନ୍ତି । ଏହି ଚୟନ ପ୍ରକ୍ରିୟାରେ ୧୩(ଓ)ବାଟାଲୀୟନ, ଏନ. ସି.ସି, ନବରଙ୍ଗପୁରର ସୁବେଦାର ପପୁ ଯାଦବ ଏବଂ ହାବିଲଦାର ରାଜକୁମାର ରାୱାତ ପ୍ରମୁଖ ଉପସ୍ଥିତ ରହି ଚୟନ କରିଥିଲେ । ଏହି ଚୟନ ପ୍ରକ୍ରିୟାକୁ ସି.ଟି.ଓ ତଥା ଅଧ୍ୟାପକ ଡ ତାପସ ରଂଜନ ପାଣିଗ୍ରାହୀ , କ୍ରୀଡା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

ଏହି ଅବସରରେ ନୂଆ କରି ଯୋଗଦାନ ଦେଇଥିବା ଏନ.ସି.ସି ଛାତ୍ରଛାତ୍ରୀମାନଙ୍କୁ ବିଶ୍ଵବିଦ୍ୟାଳୟର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା, ଉପ-ସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା, ମହା ନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, ପ୍ରୋ ଚାନ୍ସେଲର ପ୍ରଫେସର୍ ଲଲିତ ମୋହନ ପଟ୍ଟନାୟକ,ଭାଇସ ଚାନ୍ସେଲର ପ୍ରଫେସର.ଏ ଭି ଏନ ଏଲ ଶର୍ମା, ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନାଧା ରାଓ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ।