ରେଳ ଧାରଣାରେ ପଥର ଖସିଲା : କୋରାପୁଟ – ରାୟଗଡ଼ା ରେଳ ଚଳାଚଳ ବନ୍ଦ

0
93
ରେଳ ଧାରଣାରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୩/୯) : କୋରାପୁଟ – ରାୟଗଡ଼ା (କେଆର) ରେଳପଥ ପାଇଁ ସର୍ବଦା କାଳ ସାଜିଛି ଭୂସ୍ଖଳନ। ଯାହାର ପୁନରାବୃତ୍ତି ଆଜି ଘଟିଛି । WhatsApp Image 2023-09-14 at 11.36.40

ଭୂସ୍ଖଳନ ଘଟି ଏହି ରେଳପଥରେ ଦୀର୍ଘ ସମୟ ଧରି ରେଳ ଚଳାଚଳ ଠପ୍ ରହିଥିଲା । ଦୀର୍ଘ ୬ ଘଣ୍ଟା ଧରି ବନ୍ଦ ରହିବା ପରେ ରେଳ ଧାରଣା ସଫା କରାଯାଇଥିଲା । ଏହାପରେ ସ୍ବଭାବିକ ହୋଇଗଲା ଚଳାଚଳ । ଘଟଣାରୁ ପ୍ରକାଶ ଯେ, କେଆର ରେଳପଥ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲାର ରାଉଳି ଓ ଲେଲିଗୁମା ଷ୍ଟେସନ ମଧ୍ୟରେ ଘଟିଥିଲା ଭୂସ୍ଖଳନ । ପାହାଡ଼ ଉପରୁ ବିରାଟ ବଡ଼ ପଥର ଓ ମାଟି ଅତଡା ଖସି ରେଳ ଧାରଣା ଉପରେ ପଡିଥିଲା । ଏଥିସହ ପାହାଡ ଉପର ପାଣି ରେଳ ଧାରଣା ଉପରେ ପ୍ରବାହିତ ହୋଇଥିଲା । ଏହା ଜଣାପଡିବା ପରେ ରାଉଳି ଷ୍ଟେସନ ପକ୍ଷରୁ ରାୟଗଡ଼ା ଓ ଲକ୍ଷ୍ମୀପୁର ରେଳ ଷ୍ଟେସନକୁ ସୂଚନା ପ୍ରଦାନ କରାଯାଇଥିଲା ।

ସୂଚନା ମିଳିବା ପରେ ବିଶାଖାପାଟଣା – କୋରାପୁଟ ପାସେଞ୍ଜର ରାୟଗଡ଼ା ଠାରେ ଓ କୋରାପୁଟ – ବିଶାଖାପାଟଣା ପାସେଞ୍ଜର ଟ୍ରେନକୁ ଟିକିରି ଠାରେ ଅଟକାଇଥିଲେ ରେଳ କର୍ମଚାରୀ । ସେହିଭଳି ଜଗଦଲପୁର – ହାୱଡା ଏକ୍ସପ୍ରେସ ଲକ୍ଷ୍ମୀପୁର ଠାରେ ଅଟକ ରହିଥିଲା। ତେବେ ଦୁଇଟି ପାସେଞ୍ଜର ପଛକୁ ଫେରିଥିବା ବେଳେ ରେଳ ଧାରଣା ସଫା କରିବା ପରେ ହାୱଡା ଅଭିମୁଖେ କିନ୍ତୁ ଯାତ୍ରା କରିଥିଲା । ଏଣେ ଭୂସ୍ଖଳନ ଖବର ମିଳିବା ପରେ ରାୟଗଡ଼ା ଠାରୁ ରେଳ କର୍ମଚାରୀ ଓ ଶ୍ରମିକ ଘଟଣାସ୍ଥଳରେ ପହଞ୍ଚି ସଫେଇ କାର୍ଯ୍ୟ କରିଥିଲେ । ରେଳ ଧାରଣାରେ ପଡ଼ିଥିବା ପଥର ଓ ମାଟି ସମେତ ଆବର୍ଜନା ହୋଇଯାଇଥିଲା ।

ଏହାପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା । ସକାଳ ପ୍ରାୟ ୯.୩୦ ସମୟରେ ଭୂସ୍ଖଳନ ଘଟିଥିଲା । ଅପରାହ୍ନ ପ୍ରାୟ ୩ ଟା ସମୟରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା । ହେଲେ ଦୁଇଟି ପାସେଞ୍ଜର ଟ୍ରେନ ଯିବାର ଅଳ୍ପ କିଛି ସମୟ ପୂର୍ବରୁ ହିଁ ଏହି ଭୂସ୍ଖଳନ ଘଟିଥିଲା । ତେଣୁ ଏକ ବଡ ଅଘଟଣରୁ ବର୍ତି ଯାଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଏଣେ ରେଳ ଚଳାଚଳ ଠପ୍ ରହିବା ଯୋଗୁଁ ଅନେକ ଯାତ୍ରୀ ନାହିଁନଥିବା ଅସୁବିଧା ଭୋଗିଛନ୍ତି । ରାୟଗଡ଼ା, ସିଙ୍ଗାପୁର, ଟିକିରି ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ଼ ଜମି ଥିବା ଜଣାପଡିଛି ।