କାଶୀନଗର ରେ ବନ୍ୟା ଆଶଙ୍କା !

0
54
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୯) : କାଶୀନଗର ଠାରେ ବଂଶଧରା ନଦୀ ରେ ବନ୍ୟଜଳ ପ୍ରବାହିତ ହେଉଛି ।

ଗତ ଦୁଇଦିନ ହେଲା ଲଘୁଚାପ ଜନିତ ବର୍ଷା ଯୋଗୁଁ ଉପର ମୁଣ୍ଡରେ ଗତ ଦୁଇଦିନ ହେଲା ଅନବରତ ବର୍ଷା ହେବା ଫଳରେ କାଶୀନଗର ଠାରେ ବନ୍ୟା ଆସିଯାଇଛି । ଏନ ଏ ସି ତରଫରୁ ମାଇକ ଯୋଗେ ନଦୀ କୂଳ କୁ ଛୋଟ ପିଲା ଓ ବୃଦ୍ଧ ଲୋକ ନ ଯିବାକୁ ଘୋଷଣା କରାଯାଇଛି । ବର୍ତମାନ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରଭାହିତ ହେଉଛି । ଆହୁରି ବନ୍ୟଜଳ ବୃଦ୍ଧି ହେବ ବୋଲି କୁହାଯାଉଛି । ଗତ ୧୯୮୦ ମସିହା ରେ ସେପ୍ଟେମ୍ବତ ୧୭ ତାରିଖ ରେ ବଂଶଧରା ରେ ପ୍ରବଳ ବନ୍ୟା ଆସିଥିବାରୁ ଆଉ ତିନିଦିନ ବାକି ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।