ସାପ କାମୁଡ଼ାରେ ମନ୍ଦିର ପୂଜକଙ୍କ ମୃତ୍ୟୁ

0
77
ସାପ କାମୁଡ଼ାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୮/୦୯) : ସାପ କାମୁଡ଼ି ଦେବାରୁ ଜଣେ ପୂଜାରୀଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହରରେ ଘଟିଛି ଏହି ଘଟଣା ।

ମୃତକଙ୍କ ନାଁ ଶ୍ୟାମସୁନ୍ଦର । ସେ ଟିଟିଲାଗଡ଼ ସହରର ମହାରାଜ ସାଗର ପାର୍ଶ୍ୱରେ ଥିବା ଶିରିଡ଼ି ସାଇ ମନ୍ଦିରର ପୂଜକ ଥିଲେ । ଆଜି ସକାଳେ ସେ ମନ୍ଦିରକୁ ପୂଜା କରିବା ପାଇଁ ଯାଉଥିଲେ । ତେବେ ମନ୍ଦିର ନିକଟରେ ଥିବା ଏକ ଅଶ୍ୱସ୍ତ ଗଛ ପାଖରେ ତାଙ୍କୁ ସାପ କାମୁଡ଼ି ଦେଇଥିଲା । ସେ ଘଟଣାସ୍ଥଳରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାକୁ ନେଇଥିଲେ l ତେବେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତର କହିଥିଲେ ।