ବିଷାକ୍ତ ସାପ କାମୁଡାରେ ଯୁବକ ମୃତ୍ୟୁ

0
47
ବିଷାକ୍ତ ସାପ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୨୩/୦୯) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତର ସାନଘାଟି ବାହୁତୀପଲ୍ଲୀ ଗ୍ରାମରେ ଜଣେ ଯୁବକ ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

ଯୁବକ ଜଣକ ହେଲେ ସ୍ବର୍ଗତ ଗଣେଶ ଜେନାଙ୍କ ପୁଅ ମହେଶ୍ବର ଜେନା, ବୟସ ୩୮ବର୍ଷ । ସେ ରାତିରେ ଶୋଇଥିବା ବେଳେ ସକାଳୁ ନ ଉଠିବା ଦେଖି ଘର ଲୋକମାନେ ଉଠାଇଥିବା ବେଳେ ସେ ଅଚେତ ଅବସ୍ଥାରେ ଥିଲେ । କ୍ଷତ ଶରୀରରେ ଥିବା ସହ ରକ୍ତ ସ୍ରାବ ହୋଇଥିବା ଦେଖି ସାପ କାମୁଡା ସନ୍ଦେହରେ ତୁରନ୍ତ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମହେଶ୍ବରଙ୍କ ବଡ ଭାଇ ତୁରନ୍ତ ଖଲ୍ଲିକୋଟ ପୋଲିସକୁ ଜଣାଇଥିଲେ । ଏ ଏସ ଆଇ ହିମାଂଶୁ ପାତ୍ର ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ମୃତ ମହେଶ୍ବରଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସହାୟତା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।