‘ପ୍ରତିଶୋଧ’ ଫିଲ୍ମର ୱାର୍ଲ୍ଡ ଟିଭି ପ୍ରିମିୟର ହେବ ଆସନ୍ତା ଅକ୍ଟୋବର ୧

0
62
ପ୍ରତିଶୋଧ

ରିପୋର୍ଟ : ସୁଭାଶିଷ ନାୟକ
ଭୁବନେଶ୍ୱର, (୨୬/୦୯) : ଜୀ-ସାର୍ଥକ ଫିଲ୍ମସ୍‌ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ଫିଲ୍ମ ମାଧ୍ୟମରେ ।

ସବୁଥର ପରି ଏଥର ମଧ୍ୟ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଫିଲ୍ମ ‘ପ୍ରତିଶୋଧ’ ସଫଳ ହୋଇଛି ନାରୀର ଭିନ୍ନ ଏକ ରୂପ ଦେଖାଇବାରେ । ୨୫ ତାରିଖରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଫିଲ୍ମ ‘ପ୍ରତିଶୋଧ’ ରିଲିଜ୍ ହୋଇଥିଲା ଓଡ଼ିଶାର ବିଭିନ୍ନ ଫିଲ୍ମ ହଲ ରେ ଓ ଦର୍ଶକଙ୍କ ମନ ଜିତିଥିଲା । ଫିଲ୍ମ ଟି ହଲ ରିଲିଜ୍ ପରେ ଦର୍ଶକ ମାନେ ଦେଖିପାରିବେ ତାଙ୍କ ପ୍ରିୟ ଚ୍ଯାନେଲ, ଜୀ-ସାର୍ଥକରେ । ‘ପ୍ରତିଶୋଧ’ର ୱାର୍ଲ୍ଡ ଟିଭି ପ୍ରିମିୟର ହେବ ଆସନ୍ତା ଅକ୍ଟୋବର ୧ ତାରିଖରେ କେବଳ ଜୀ-ସାର୍ଥକ ଚାନ୍ନେଲରେ । ଫିଲ୍ମକୁ ହଲରେ ଦର୍ଶକ ମାନେ ଯେପରି ଭଲପାଇବା ଦେଇଛନ୍ତି ସେହି ପରି ଟିଭିରେ ମଧ୍ୟ ଦର୍ଶକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି ।

ସାଇ ସ୍ବରାଜ ମଙ୍ଗରାଜଙ୍କ ନିର୍ଦ୍ଦେଶୀତ ‘ପ୍ରତିଶୋଧ’ରେ ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ନାୟିକା ତଥା ଅନେକ ଫିଲ୍ମରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓ ଏଥିରେ ଏଲିନାଙ୍କ ବ୍ୟତୀତ କୁନା ତ୍ରିପାଠୀ, ସମରେଶ, ବବି ମିଶ୍ର ପ୍ରମୁଖ ଅଛନ୍ତି । ଫିଲ୍ମର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଭରଦ୍ବାଜ ପଣ୍ଡା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲି ରଥ । ଜୀବନରେ ଅନେକ ଦୁଃଖଦ ପରିସ୍ଥିତିକୁ ସାମ୍‌ନା କରିଥିବା ଗୋଟିଏ ସାଧାରଣ ଝିଅ ସମୟାନ୍ତରରେ କିପରି ନିଜ ପ୍ରତି ହେଉଥିବା ଅନ୍ୟାୟର ପ୍ରତିଶୋଧ ନେଉଛି ତା’ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ।

ଆକ୍ସନ୍‌ ଓ ଡ୍ରାମା ସହ ଦର୍ଶକଙ୍କୁ ଏକ ଭିନ୍ନ କାହାଣୀ ମାଧ୍ୟମରେ ଏହା ଦର୍ଶକଙ୍କୁ ବାନ୍ଧି ପାରିଛି । ପୂର୍ବରୁ ପ୍ରେମ ଆଧାରିତ ଫିଲ୍ମରେ ଚୁଲ୍‌ବୁଲି ଚରିତ୍ର କରି ଦର୍ଶକୀୟ ପ୍ରଶଂସା ସାଉଁଥିବା ଏଲିନା ‘ପ୍ରତିଶୋଧ’ ରେ ବେଶ୍‌ କେତୋଟି ଆକ୍ସନ ସିନ୍‌ରେ ନଜର ଆସିଛନ୍ତି । ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ଅନେକ ସଫଳ ଫିଲ୍ମ ଦେଇଥିବା ବେଳେ ‘ପ୍ରତିଶୋଧ’ ଫିଲ୍ମ ମାଧ୍ୟମରେ ଚଳଚ୍ଚିତ୍ର ଇତିହାସରେ ଏକ ମାଇଲ ଖୁଣ୍ଟ ନିଶ୍ଚୟ ସ୍ଥାପନ କରିବେ ବୋଲି ଜୀ-ସାର୍ଥକର ଚ୍ଯାନେଲ ହେଡ ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।