0
59
ସାଧାରଣ ଲୋକେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୬/୦୯) : ସାଧାରଣ ଲୋକେ ଏକ ବାଇକରେ ଟ୍ରାଫିକ ନିୟମ ଅନୁଯାୟୀ ଉଲ୍ଲଙ୍ଗନ କଲେ ମନଇଚ୍ଛା ଛଅ ହଜାର ରୁ ଗାଡି ମୂଲ୍ୟ ନେଇ ମାତ୍ର ଚାରି ରୁ ଛଅ ଦିନ ମଧ୍ୟରେ ଇ ଚାଲାଣ ସହ ଆରସି ଲକ୍ ଓ ବିଳମ୍ବ କଲେ ତେବେ ଗାଡି ପଞ୍ଜିକରଣ ବା ଆରସି ଲକ୍ ହୋଇପାରେ ।WhatsApp Image 2023-09-26 at 11.10.58

ଅନେକ ଲୋକ ଅନଲାଇନ୍‌ରେ ଚାଲଣ ରିହାତି ପାଇଥାନ୍ତି ଏବଂ ଅଳସୁଆ କିମ୍ବା ଅର୍ଥ ଅଭାବ ହେତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲଣ ଦେବାକୁ ସକ୍ଷମ ନୁହଁନ୍ତି । ଯେପର୍ଯ୍ୟନ୍ତ ବିଚାରାଧୀନ ଚାଲାଣ ପୈଠ ନ ହୋଇଛି, ସେ ପର୍ଯ୍ୟନ୍ତ ଅନଲକ ହୋଇ ପାରିବ ନାହିଁ । ଏପରିକି କୋର୍ଟକୁ ଯାଇ ହାଜର ହେବା, କୋର୍ଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଚାରାଧୀନ ରହେ, ତେବେ କୋର୍ଟ ସଂପୃକ୍ତ ବ୍ୟକ୍ତିଙ୍କ ଠିକଣାରେ ସମନ ଜାରି କରିବା ସହ ପୋଲିସ ପକ୍ଷରୁ କୋର୍ଟ ଜରିମାନା ବୃଦ୍ଧି, ଏପରିକି ଜେଲ ଦଣ୍ଡ, ଆଜୀବନ ଲାଇସେନ୍ସ ରଦ୍ଧ ସହ ଗାଡି କୁ ସବୁଦିନ ପାଇଁ ଆବୈଧ ଭଳି କଡା ନିୟମ ପ୍ରଣୟନ ରହିଛି ।

ପ୍ରକାଶ ଯେ, ଗତ ମାତ୍ର ତିନି ବର୍ଷ ମଧ୍ୟରେ ତିନି କୋଟି ରୁ ଉର୍ଦ୍ଧ୍ବ ଓ କୋଟି, କୋଟି ର ଚାଲାଣ ରାଶି ଆଦାୟ ହୋଇଛି । ହେଲେ ଅତ୍ୟନ୍ତ ଜରୁରୀ ଓ ପାରିତାପ ର ବିଶୟ ଯେ, ଖୋଦ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ତଥା ସ୍ଥାନୀୟ ଟିଟିଲାଗଡ ବିଧାୟିକା ଙ୍କ ନିଜ ଏସକର୍ଟ ଗାଡି ରେ ହାଇ ସିକ୍ୟୁରିଟି ନ ଥିବା ଓ ଏ ଖବର କୁ ତୁରନ୍ତ ଚପେଇ ନମ୍ବର ବଦଳେଇ ଦେବା ଘଟଣା, ତଥା ଗତ ୧୬ ତାରିଖ ଦିନ ଏଠାକାର ଡି ଏ ଭି ପବ୍ଲିକ ସ୍କୁଲ ରେ ବିଭାଗୀୟ ଅଧିକାରୀ ଙ୍କ ସ୍କୁଲ୍ ବସ ଚଢାଉ ହୋଇ ତିନିତି ଗାଡି ଅବସ୍ଥା ସରକାରୀ ଭାବେ ସବୁଦିନ ପାଇଁ ରଦ୍ଧ କରାଯାଇ ଥିଲା ।

ଉକ୍ତ ଘଟଣା ସମୟରେ ଜଣେ ମନ୍ତ୍ରୀ ଙ୍କ ଖାସ ଲୋକ ତୁରନ୍ତ ପହଞ୍ଚି ଚାଲି ଯିବା ଘଟଣା ନଜର କୁ ଆସି ଅଭିଭାବକ ଓ ବିଭିନ୍ନ ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ୍ ସୁଦ୍ଧା ଉକ୍ତ ଭଙ୍ଗା, ଦଦରା ଓ ବିନା ଲାଇସେନ୍ସ ଧାରି ଡ଼୍ରାଇଭର ମାନେ ସେହିପରି ଗାଡି ଖୋଲା, ଖୋଲି ରାଜ ରାସ୍ତା ରେ ଯାତାୟାତ କରିବା ଓ କୁନି, କୁନି ଶିଶୁ ଙ୍କ ଜୀବନ ସହ ଖେଳୁଥିବା ନେଇ ତୀବ୍ର ଉତ୍ତେଜନା ବୃଦ୍ଧି ପାଉଛି । ଏଭଳି କି, ଉକ୍ତ ସ୍କୁଲ ଅଧ୍ୟକ୍ଷ ଙ୍କ ସହ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଙ୍କ କିଭଳି କ୍ଷୀର, ନିର ସମ୍ପର୍କ ରହିଛି ଅବା ଚର୍ଚ୍ଚା ହେଉଥିବା ମାସିକ କୋଟା କାରବାର ଯେ ଏ ନେଇ କେହି ସ୍ୱର ଉତ୍ତୋଳନ କରିବା ପାଇଁ ବାଧକ ହୁଅନ୍ତି । ଏପରି କି ଏହି ସ୍କୁଲ ଏକ ପଞ୍ଚାୟତ ରେ ଛୋଟ ସ୍କୁଲ ଥିବା ବେଳେ ବିଗତ କୋଭିଡ ସମୟରେ ନା, ନା ପ୍ରକାର ଚଞ୍ଚକତା କରି ଅନ୍ୟ ଦୁଇଟି ବିଦ୍ୟାଳୟ ର ଛାତ୍ର,ଛାତ୍ରୀ ଆଣି ଏବେ ମାସିକ ଲକ୍ଷ, ଲକ୍ଷ ଟଙ୍କା ଅଭିଭାବକ ଙ୍କ ଠାରୁ ଆଦାୟ କରି ସ୍ୱଳ୍ପ ସମୟ ରେ କୋଟିପତି ସାଜିଛନ୍ତି ।

ଅତି ମଧୁର, କହି ଦେଇ ନିଜର ବରଗଡ଼ ରୁ ତୁରନ୍ତ ତିନୋଟି ନୂତନ ବସ ଆସିବା ପ୍ରକାଶ କରି ନୀରବ । ଆମେ ତାଙ୍କ ପ୍ରତିକ୍ରିୟା ପାଇଁ ଅନେକ ଥର ଗଲେ କେବେ, ପ୍ରେୟାର ଅଛି, କେବେ ଅନ୍ୟ ବାହାନା କରି ଦେଇ ଚମ୍ପଟ୍ ମାରି ଦେଇ ଆସୁଛନ୍ତି । ନିଜ ସ୍କୁଲ ଅନ୍ୟ କର୍ମଚାରୀ ଙ୍କୁ ମୋ ବ୍ରେନ୍ ଓ ହାତ ଅନେକ ଲମ୍ବା ବିନା ଟଙ୍କା ଫିଙ୍ଗି ଏହି ବିଦ୍ୟାଳୟ ମୋ ମୁତାବକ ଚାଲିବ କହିବା,ଏଭଳି କି କର୍ମଚାରୀ ଙ୍କୁ ଅସ୍ମିଳ ଦୁର୍ବ୍ୟବହାର କରିବା କୋମଳ ମତୀ ଶିଶୁ ଙ୍କୁ ବାଡେଇ ଦେବା ନଜିର ରହିଛି । ସେହିପରି ଏକ ଭିନ୍ନ କ୍ଷମ ଛାତ୍ର ଙ୍କୁ ମାଡ ମାରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ନିଜକଷ୍ଟୋ ଉପାର୍ଜିତ ଧନରେ ଶିକ୍ଷା ପ୍ରଦାନ ବଦଳ ରେ ଅର୍ଥ ଶୋଷଣ ସହ ଏଭଳି ଆଇନ ହାତରେ ନେବା କେତେ ଯୁକ୍ତି, ଯୁକ୍ତ ?

ସେହି ଭଳି ମାନ୍ୟବର ମନ୍ତ୍ରୀ ତଥା ନିଜ ଦବ, ଦବା ରହି ଥିବା ବିଧାୟିକା ଅନୁରୂପ ଭାବେ ନାନା ପ୍ରକାର ଆଳରେ ତାଙ୍କ ପି ଏସ ଓ ଙ୍କୁ କହି ସ୍ଵାସ୍ଥ୍ୟ ଖରାପ, ଆଜି, କାଲି, ମିଟିଂ ଆଳରେ ଆମ ସାମ୍ନା କୁ ଆସୁ ନାହାନ୍ତି । ଏପରିକି ତାଙ୍କ ନିଜ ବାସ ଭବନ ରେ ଥିବା ତାଙ୍କ ନାମ ଅବା ଆଖ, ପାଖ ଅଞ୍ଚଳ ରେ ଫଟୋ ଅବା ସୁଟିଂ ନ କରିବାକୁ କହୁଛନ୍ତି । ସେ ଯାହା ହେଉ ନାଁ କାହିଁକି ଏହି ବେଆଇନ୍ ଭାବେ ଜବତ, ସହ ନୀତି ନିୟମ ଅନୁଯାୟୀ କ’ଣ ପଦକ୍ଷେପ କିଏ, କେବେ ଓ କେମିତି ନେବ ତାହା କେବେ ସଠିକ୍ କାର୍ଯ୍ୟକାରୀ ହେବ ଦେଖିବାକୁ ବାକି ରହିଲା ।